ଧାରା ୩୭୦ ଉଚ୍ଛେଦ ପଦ୍ଧତି ଅସାମ୍ବିଧାନିକ : ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଳୀ : ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପଦ୍ଧତିକୁ ନେଇ ମଙ୍ଗଳବାର କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ ଘାଟିରୁ ଧାରା ୩୭୦ ଉଚ୍ଛେଦ ପାଇଁ ଯେଉଁ ପଦ୍ଧତିକୁ ଆପଣାଯାଇଛି ତାହା ସମ୍ପୂର୍ଣ୍ଣ ରୂପେ ଅସାମ୍ବିଧାନିକ। ମୋଦୀ ସରକାର ଏଥିପାଇଁ ନିୟମ ଓ ଆଇନର ପାଳନ କରିନାହାନ୍ତି।

ଉତ୍ତରପ୍ରଦେଶର ସୋନଭଦ୍ରସ୍ଥିତ ଉଭା ଗ୍ରାମ ପରିଦର୍ଶନରେ ଯାଇଥିବାବେଳେ ସାମ୍ବାଦିକଙ୍କ ପ୍ରଶ୍ନରେ ପ୍ରିୟଙ୍କା ଗାନ୍ଧୀ କହିଥିଲେ ଯେ ଯେ ଧାରା ୩୭୦ ଉଚ୍ଛେଦ ପାଇଁ ଯାହା ହେଲା ତାହା ସମ୍ପୂର୍ଣ୍ଣ ରୂପେ ଅସାମ୍ବିଧାନିକ ଏବଂ ଲୋକତନ୍ତ୍ରର ସିଦ୍ଧାନ୍ତ ବିରୋଧୀ ଅଟେ। ଏହି ମାମଲାରେ ନିୟମ ଓ ଆଇନର ପାଳନ ହୋଇନାହିଁ। କଂଗ୍ରେସ ସମ୍ବିଧାନ ଏବଂ ଲୋକତନ୍ତ୍ରର ରକ୍ଷା ପାଇଁ ସଂଘର୍ଷ କରିଆସୁଛି। ବିଜେପି ଭଳି କଂଗ୍ରେସ ଜଣେ ବ୍ୟକ୍ତିଙ୍କ ଦଳ ନୁହେଁ। କଂଗ୍ରେସରେ ସମସ୍ତଙ୍କ କଥା ଶୁଣାଯାଏ, ତା ଉପରେ ଆଲୋଚନା ହୁଏ ଓ ଯେଉଁ ନିଷ୍ପର୍ସ ବାହାରେ ତାହା ଗ୍ରହଣ କରାଯାଏ। ଲୋକତନ୍ତ୍ରର ରକ୍ଷା ପାଇଁ ସଂଘର୍ଷ ଜାରି ରହିବ।

Comments are closed.