ନାବାଳିକାକୁ ବଳାତ୍କାର ଅଭିଯୋଗରେ ସମ୍ପକୀୟ ମଉସା ଗିରଫ

0

ପାରଳାଖେମୁଣ୍ଡି: ଗଜପତି ଜିଲା ଗୋଷାଣି ବ୍ଳକ୍ ଗୁରାଣ୍ଡି ଥାନା ଅନ୍ତର୍ଗତ ଘୋରଣୀ ଗ୍ରାମରେ ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ସମ୍ପକୀୟ ମଉସା ଗିରଫ ହୋଇଛନ୍ତି । ଅଭିଯୁକ୍ତଙ୍କୁ ହାଇଦ୍ରାବାଦରୁ ଗତକାଲି ପୁଲିସ ଗିରଫ କରି ଡାକ୍ତମାଇନା ପରେ ଆଜି କୋଟ ଚାଲଣ କରାଯାଇଛି ।

ପୁଲିସ ସୂଚନାନୁଯାୟୀ, ଘୋରଣୀ ଗ୍ରାମର ବାସିନ୍ଦା ନନ୍ଦ ପାଣି ଓ ତାଙ୍କ ସ୍ତ୍ରୀ ଦାଦନ ଘଟିବାକୁ ଚେନ୍ନାଇ ଯାଇଥିବା ବେଳେ ଘରେ ଆଈଙ୍କ ପାଖରେ ତାଙ୍କର ଦୁଇ ଝିଅ ରହୁଥିଲେ । ଗତ ଫେବୃଆରୀ ୧୯ ତାରିଖରେ ଆଈ ଜଣଙ୍କ ବିବାହ ଭୋଜିରେ ଯୋଗ ଦେବାକୁ ଯାଇଥିଲେ ଏବଂ ଘରେ ଦୁଇ ନାବାଳିକ ଖାଇ ପିଇ ଶୋଇଥିଲେ । ଏହାର ସୁଯୋଗ ନେଇ ତାଙ୍କର ସମ୍ପକୀୟ ମଉସା କୁଶ ରାଉଳ ବଡ ଭଉଣୀକୁ ବଳାତ୍କାର କରିଥିଲା । ଏହି ସମୟରେ ସାନ ଭଉଣୀ ଉଠି ପଡିବାରୁ ତାକୁ ହତ୍ୟା ଧମକ ଦେଇ ସେଠାରୁ ଚମ୍ପଟ ମାରିଥିଲା। ଏବିଷୟରେ ଚେନ୍ନାଇରେ ଥିବା ମା ବାପା ଫେରିଲା ପରେ ଥାନାରେ ଅଭିଯୋଗ କରିଥିଲେ । ଗତକାଲି ଅଭିଯୁକ୍ତଙ୍କୁ ପୁଲିସ ହାଇଦ୍ରାବାଦରୁ ଗିରଫ କରିଛି।

Leave A Reply