ବ୍ୟାଙ୍କ ଲୁଟ୍ ଘଟଣାରେ ପରିଚାଳକ ଓ କର୍ମଚାରୀଙ୍କ ସହ ୩ ଗିରଫ

0

ମୟୂରଭଞ୍ଜ: ବଡ଼ସାହି ଥାନା ଅଧୀନ ମାଣତ୍ରୀ ବନ୍ଧନ ବ୍ୟାଙ୍କରୁ ଟଙ୍କା ବ୍ୟାଗ୍ ଲୁଟ୍ ଘଟଣାରେ ଶାଖା ପରିଚାଳକ ଓ କର୍ମଚାରୀଙ୍କ ସମେତ ତିନି ଜଣଙ୍କୁ ପୁଲିସ ଗିରଫ କରିଛି । ସେମାନଙ୍କ ନିକଟରୁ ଦୁଇ ଲକ୍ଷ ଟଙ୍କା ଓ ଶାଖା ପରିଚାଳକ ଭଜନ କରଙ୍କ ମୋବାଇଲ ଫୋନ୍ ଜବତ ହୋଇଛି ।  ଏହି ଘଟଣାର ମାଷ୍ଟରମାଇଣ୍ଡ ଥିଲେ ବ୍ୟାଙ୍କ କର୍ମଚାରୀ ସୀତାରାମ ସାହୁ । ଟଙ୍କାର ଲୋଭ ଦେଖାଇ ଶାଖା ପରିଚାଳକ ଭଜନ କର ଓ ତାଙ୍କର ଅନ୍ୟ ଜଣେ ବନ୍ଧୁ ବ୍ରଜ ଶେଖର ପ୍ରଧାନଙ୍କୁ ଏଥିରେ ସାମିଲ କରିଥିଲା । ତିନି ଜଣଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲଣ କରିଛି ।

ସୂଚନାଯୋଗ୍ୟ, ଗତ ୭ ତାରିଖରେ ବଡ଼ସାହି ଥାନା ଅଧୀନ ମାଣତ୍ରୀ ବନ୍ଧନ ବ୍ୟାଙ୍କର ପରିଚାଳକ ଭଜନ କର ଓ କର୍ମଚାରୀ ସୀତାରାମ ସାହୁ ଏକ ବାଇକ୍ ଯୋଗେ ଟଙ୍କା ନେଇ ଫେରୁଥିବା ବେଳେ ରାସ୍ତାରେ ୪ ଜଣ ଦୁର୍ବୃତ୍ତ ୨ଟି ବାଇକରେ ଆସି ଟଙ୍କା ବ୍ୟାଗ ଛଡାଇ ନେଇଥିଲେ । ଏହା ସହ ଉଭୟଙ୍କ ମୋବାଇଲ ଫୋନ ସହ ବାଇକ୍ ଚାବି ମଧ୍ୟ ଦୁର୍ବୃତ୍ତମାନେ ଛଡାଇ ନେଇଥିଲେ । ଏନେଇ ଥାନାରେ ଅଭିଯୋଗ ହେଲା ପରେ ପୁଲିସ ଘଟଣାର ଛାନଭିନ୍ କରି ପର୍ଦ୍ଦାଫାସ କରିଛି ।

Leave A Reply