ଗଞ୍ଜେଇ ଚାଲଣ ଅଭିଯୋଗରେ ୩ ଗିରଫ

0

ରାଉରକେଲା : ଗଞ୍ଜେଇ ଚୋରା ଚାଲଣ ଅଭିଯୋଗରେ ରାଉରକେଲା ଉଦିତ୍ ନଗର ଥାନା ପୁଲିସ ୩ ଜଣଙ୍କୁ ଗିରଫ କରିଛି । ଗିରଫ ବେଳେ ସେମାନଙ୍କ ନିକଟରୁ ୨୨ କେଜି ୩୪୫ଗ୍ରାମର ଗଞ୍ଜେଇ, ନଗଦ ୨୦ ହଜାର ୩୪୦ଟଙ୍କା, ଗୋଟିଏ ବନ୍ଧୁକ, ଦୁଇଟି ଗୁଳି, ୩ଟି ମୋବାଇଲ, ଭୋଟର କାର୍ଡ ଏବଂ ଡ୍ରାଇଭିଂ ଲାଇସେନ୍ସ ଜବତ ହୋଇଛି । ଓଡିଶା ବାହାରକୁ ବେଆଇନ ଗଞ୍ଜେଇ ଚାଲଣ କରୁଥିବା ବେଳେ ଉିଦିତ୍ ନଗର ଅଞ୍ଚଳରୁ ପୁଲିସ ସୋମନଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ବବୁଲ ପଟନିଆ, ଅନିଲ ନିଆଲ ଓ ଏହି ଦୁଇ ଅଭିଯୁକ୍ତଙ୍କ ଘର କୋରାପୁଟରେ ହୋଇଥିବା ବେଳେ ଅନ୍ୟ ଜଣେ ହେଲେ ରାଧାଶ୍ୟାମ ଚୌରାଶିଆ, ସେ ବିହାରରେ ବୋଲି ଜଣାପଡିଛି ।

Leave A Reply