ଟଙ୍କା ଆତ୍ମସାତ ଅଭିଯୋଗରେ ପୂର୍ବତନ ସରପଞ୍ଚ ଗିରଫ

ଭଦ୍ରକ: ଗ୍ରାମର ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ପଞ୍ଚାୟତକୁ ଆସୁଥିବା ଟଙ୍କାକୁ ଆତ୍ମସାତ କରିବା ଅଭିଯୋଗରେ ଜଣେ ପୂର୍ବତନ ସରପଞ୍ଚ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତ ହେଉଛନ୍ତି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍‌ ଅନ୍ତର୍ଗତ ମୌସୁଦା ପଞ୍ଚାୟତର ପୂର୍ବତନ ସରପଞ୍ଚ ବ୍ରଜକିଶୋର ମଲ୍ଲିକ । ମିଳିଥିବା ସୂଚନା ଅନୁଯାୟୀ, ବ୍ରଜକିଶୋର ମଲ୍ଲିକ ୨୦୧୦ରେ ମୌସୁଦାର ସରପଞ୍ଚ ଥିଲେ । ପଞ୍ଚାୟତର ଉନ୍ନୟନ ମୂଳକ କାର୍ୟ୍ୟ ପାଇଁ ଆସୁଥିବା ଟଙ୍କାରୁ ପ୍ରାୟ ୫ ଲକ୍ଷ ଟଙ୍କା ସେ ଆତ୍ମସାତ କରିଥିବା ନେଇ ତାଙ୍କ ନାମରେ ଅଭିଯୋଗ ହୋଇଥିଲା। ଏହି ଘଟଣାର ତଦନ୍ତ କରି ପୁଲିସ ତାଙ୍କୁ ଗିରଫ କରିଛି।

Comments are closed.