ଡକାୟତି ଉଦ୍ୟମ ପଣ୍ଡ, ପୁଲିସ ଜାଲରେ ୬ ଡକାୟତ

0

ବ୍ରହ୍ମପୁର: ବେନ୍ଦାଳିଆ ନିକଟରେ ଡକାୟତି ଯୋଜନା କରୁଥିବାବେଳେ ସଦର ଥାନା ପୋଲିସର ଅତର୍କିତ ଚଢ଼ାଉ କରି ୬ ଜଣ ଡକାୟତଙ୍କୁ ଗିରଫ କରିଛି । ଗିରଫ ଡକାୟତଙ୍କ ଠାରୁ ୩ଟି ଖଣ୍ଡା, ୨ଟି ବୋମା, ୨ଟି ମୋଟର ସାଇକେଲ ଓ ଲୁହ ରଡ଼ ଜବତ ହୋଇଛି । ଗିରଫ ଡକାୟତଙ୍କ ନାମରେ ଵ୍ରହ୍ମପୁରର ବିଭିନ୍ନ ଥାନାରେ ଏକାଧିକ ସଙ୍ଗୀନ ମାମଲା ରହିଛି ବୋଲି ପୁଲିସ ସୂତ୍ରରୁ ପ୍ରକାଶ । ଗିରଫ ସମସ୍ତ ଡକାୟତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Leave A Reply