ଦୁର୍ଦ୍ଦାନ୍ତ ଅପରାଧୀ ରାକେଶକୁ ଗିରଫ କଲା କମିଶନରେଟ୍ ପୁଲିସ

0

ଭୁବନେଶ୍ବର: ଦୁର୍ଦ୍ଦାନ୍ତ ଅପରାଧୀ ରାକେଶକୁ ରବିବାର କମିଶନରେଟ୍ ପୁଲିସ ଗିରଫ କରିବାରେ ସଫଳ ହୋଇଛି । ରାକେଶ ସହ ଅନ୍ୟ ଚାରିଜଣ ସହଯୋଗୀ ମଧ୍ୟ ଗିରଫ ହୋଇଛନ୍ତି । ଗିରଫ ପରେ ସମସ୍ତ ଅଭିଯୁକ୍ତଙ୍କୁ ପୁଲିସ କୋର୍ଟ ଚାଲଣ କରିଛି । ସେମାନଙ୍କ ମଧ୍ୟରୁ ୨ ଜଣ ନାବାଳକ ଥିବା ଜଣାପଡିଛି ।

ସୂଚନାଯୋଗ୍ୟ, ଗତ ଶୁକ୍ରବାର ପୁଲିସକୁ ଗୁଳିକରି ଫେରାର ହୋଇ ଯାଇଥିଲା । ରାକେଶ ନାମରେ ଭୁବନେଶ୍ୱର ଏବଂ ଜଟଣୀର ବିଭିନ୍ନ ଥାନାରେ ହତ୍ୟା, ଦାଦାବଟି ଓ ଗୁଣ୍ଡାରଜ ଭଳି ଏକାଧିକ ଅପରାଧିକ ମାମଲା ରହିଛି । ଏକ ହତ୍ୟା ମାମଲାରେ ପୁଲିସ ସେମାନଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।

Leave A Reply