ହାତୁଡିରେ ଛେଚି ବ୍ୟବସାୟୀଙ୍କୁ ହତ୍ୟା: ଆଇନଜୀବୀ ଗିରଫ

0

ଭଞ୍ଜନଗର :କାଜୁ ଜଙ୍ଗଲରୁ କିଛିଦିନ ପୂର୍ବରୁ ଜଣେ ବ୍ୟବସାୟୀଙ୍କର ରକ୍ତ ଜୁଡୁବୁଡୁ ମୃତଦେହ ପୁଲିସ ଜବତ କରିଥିଲା। ଏହି ଘଟଣାରେ ସମ୍ପୃକ୍ତ ଥିବା ଜଣେ ଆଇନଜୀବୀକୁ ପୁଲିସ ଗିରଫ କରିଛି। ଗିରଫ ଆଇନଜୀବୀଙ୍କ ନାମ ଗୋଲକ ବେହେରା। ସେ ନୟାଗଡ ଜିଲାରେ କାର୍ୟ୍ୟରତ ଅଟନ୍ତି।
ସୂଚନାଯୋଗ୍ୟ ଯେ, ନଭେମ୍ବର ୬ ତାରିଖରେ କାଜୁ ଜଙ୍ଗଲରୁ ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଠାବ କରାଯାଇଥିଲା। ଯୁବକ ଜଣକ ଇଟାମାଟି ଚମ୍ପେତପୁର ଗ୍ରାମର ବାଳକୃଷ୍ଣ ସାହୁ ବୋଲି ସ୍ଥାନୀୟ ଲୋକେ ଚିହ୍ନଟ କରିଥିଲେ। ଯୁବକଙ୍କର ମୁହଁ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରୁ ବାଇକ ଓ ହାତୁଡି ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିଲା। ସେ ଜଣେ ବ୍ୟବସାୟୀ ଥିଲେ।

Leave A Reply