ବେଆଇନ ବନ୍ଧୁକ ରଖି ଜଣେ ଯୁବକ ଗିରଫ

ଲକ୍ଷ୍ମୀପୁର : କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ପୁଟିସିଲ ଗ୍ରାମରେ ବେଆଇନ ବନ୍ଧୁକ ରଖିଥିବା ଅଭିଯୋଗରେ ପୁଲିସ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲଣ କରିଛି। ଗିରଫ ଯୁବକଙ୍କ ନାମ ମାଧବ କଂସାରୀ ବୋଲି ଜଣାପଡ଼ିଛି ।

ସୂଚନା ଅନୁଯାୟୀ, କାକାରିଗୁମା ଥାନା ଅଧିକାରୀ ଧିରେନ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଟିମ ସୋମବାର ସନ୍ଧ୍ୟାରେ ପାଟ୍ରୋଲିଂରେ ଯାଇଥିବା ସମୟରେ  ପୁଟିସିଲ ଗ୍ରାମରେ ମାଧବ ଏକ ଦେଶୀ ବନ୍ଧୁକ ଧରି ବୁଲୁଥିଲା। ପୁଲିସକୁ ଦେଖି ଅଭିଯୁକ୍ତ ଖସିଯିବାକୁ ଚେଷ୍ଟା କରିଥିଲା। ହେଲେ ପୁଲିସ କାବୁ କରି ଗିରଫ କରିଥିଲା । ପୁଲିସର ପଚରା ଉଚରା ସମୟରେ ସେ ପଶୁ ଓ ପକ୍ଷୀ ଶିକାର ଉଦ୍ଦେଶ୍ୟରେ ଏହି ବନ୍ଧୁକ ରଖିଥିଲା ବୋଲି ସ୍ବିକାର କରିଛି।  ଏନେଇ ପୁଲିସ ଥାନାରେ ଏକ ମାମଲା ରୁଜୁ କରିବାସହ ମାଧବକୁ ଲକ୍ଷ୍ମୀପୁର କୋର୍ଟ ଚାଲାଣ କରିଛି।

Comments are closed.