ରାଉରକେଲା ପୁଲିସକୁ ସଫଳତା ; ୪ ଅପରାଧୀ ଗିରଫ

0

ରାଉରକେଲା : ରାଉରକେଲାରେ ଏକ ଲୁଟେରା ଗ୍ୟାଙ୍ଗକୁ ପୁଲିସ ଧରିବାରେ ସଫଳ ହୋଇଛି। ରଘୁନାଥପଲ୍ଲୀ ପୁଲିସ ଅପରାହ୍ନରେ ୪ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୩୫ହଜାର ଟଙ୍କା, ୨ଟି ବନ୍ଧୁକ, ୨ଟି ଗୁଳି, ଗୋଟିଏ ମାରଣାସ୍ତ୍ର ଓ ଦୁଇଟି ବାଇକ ଜବତ କରିଛି। ସେମାନଙ୍କ ନାମରେ ବିଭିନ୍ନ ଥାନାରେ ଅନେକ ମାମଲା ରହିଥିବାର ଜଣାପଡିଛି। ସେମାନଙ୍କର ଦାଦାବଟି ଆଦାୟ କରୁଥିବା ବ୍ୟକ୍ତିଙ୍କ ସହ ସଂପୃକ୍ତ ବୋଲି ଜଣାପଡିଛି। ଅପରାଧୀମାନେ ହେଲେ ସୁନ୍ଦରଗଡ ରାଇବାଗ ଥାନା ନିକଟର ବିନୋଦ ଟେଟେ (୨୮) ଓ ଜାଭିୟର ଟେଟେ (୩୦), ଗୁରୁଣ୍ଡିଆ ଥାନା ନିକଟର ପ୍ରଦୀପ ଜାଲ (୨୫), ରାଉରକେଲା ରଘୁନାଥପାଲ୍ଲୀ ଥାନା ନିକଟର ଚନ୍ଦନ ନାୟକ (୨୬)। ସେମାନଙ୍କୁ ପୁଲିସ ଅନେକ ଦିନରୁ ଖୋଜୁଥିବା ବେଳେ ଆଜି ଧରିବାରେ ସଫଳ ହୋଇଛି।

Leave A Reply