ଅବକାରୀ ବିଭାଗର ଚଢ଼ାଉ ; ୩ ଗିରଫ

କଲମପୁର :  କଳାହାଣ୍ଡି ଜିଲାପାଳ ଡଃ ପରାଗ ହର୍ଷଦ ଗାଭାଲି ଓ ଅବକାରୀ ଅଧିକ୍ଷକ ଡମ୍ବରୁଧର ଖଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ମଙ୍ଗଳବାର ଅବକାରୀ ବିଭାଗ ପକ୍ଷରୁ କଲମପୁର ବ୍ଲକ ଦେପୁର ଓ ପାତ୍ରବସା ଗ୍ରାମରେ ଅତର୍କିତ ଚଢାଉ କରାଯାଇଥିଲା। ଚଢ଼ାଉ ସମୟରେ ଅବକାରୀ ବିଭାଗ ୬୧ ଲିଟର ମଦ ଜବତ କରିବା ସହ ୩ଜଣ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତଙ୍କ ନାମ ଖଗେଶ୍ୱର ବାଗ, ଶୁଭମ ପାତ୍ର ଓ ପାତ୍ରବସାର ଯୁଧିଷ୍ଟିର ନାଏକ ବୋଲି ଜଣାପଡ଼ିଛି। ସମସ୍ତ ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଏହି ଚଢାଉରେ ଅବକାରୀ ଉପଅଧିକ୍ଷକ ଉମାଚରଣ ପ୍ରଧାନ, ଧର୍ମଗଡ ଅବକାରୀ ନିରୀକ୍ଷକ ସୁବନ ନାଏକ, ଜୁନାଗଡ ଅବକାରୀ ଭାରପ୍ରାପ୍ତ ଉପନିରୀକ୍ଷକ ଦିଲୀପ କୁମାର ରଥ,ଏଏସ୍‍ଆଇ ବସନ୍ତ ବିଶି,କନେଷ୍ଟବଳ ବାଲେଶ୍ୱର ଧଙ୍ଗଡାମାଝୀ,ମହାଦେବ ମାଝୀ,ଇଶ୍ୱର ଚନ୍ଦ୍ର ଭୋଇ,ପ୍ରତିମା ଗହୀର ପ୍ରମୁଖ ସାମିଲ ଥିଲେ।

Comments are closed.