ଲୁହାପଥର ଚୋରାରେ କିଣି ଶିଳ୍ପପତି ଗିରଫ

ଯାଜପୁର : ଲୁହାପଥର ଚୋରା ବିକ୍ରି ଅଭିଯୋଗରେ ଯାଜପୁର ପୁଲିସ ଦୁଇ ଟ୍ରକ ଡ୍ରାଇଭର ସହ ଚୋରାରେ କିଣିଥିବା ଶିଳ୍ପପତିକୁ  ଗିରଫ କରିଛି ।  ଯାଜପୁରରୁ ୨ଟି ଟ୍ରକରେ ଛତିଶଗଡ଼ର ଏକ କାରଖାନାରୁ ଲୁହାପଥର ଯାଉଥିଲା। ଲୁହାପଥରକୁ ଗନ୍ତବ୍ୟ ସ୍ଥଳରେ ନ ପହଞ୍ଚାଇ ବାଟରେ ବିକିଦେଇ ଡ୍ରାଇଭର ଫେରାର ହୋଇଯାଇଥିଲା। ପୁଲିସ ତନାଘନା ପରେ ୨ଟ୍ରକ ଡ୍ରାଇଭରଙ୍କୁ ଯାଜପୁର ପୁଲିସ ପଞ୍ଜାବରୁ ଗିରଫ କରିଥିବା ଜଣାପଡ଼ିଛି । ଡ୍ରାଇଭର ସୂଚନା ଅନୁସାରେ, ଚୋରେର କିଣିଥିବା ରାଉରକେଲାର ଜଣେ ଶିଲ୍ପପତିଙ୍କୁ ମଧ୍ୟ ପୁଲିସ ଗିରଫ କରିଥିବା ଜଣାପଡ଼ିଛି ।

Comments are closed.