ବନ୍ଧୁକ କାରଖାନା ଠାବ – ୨ ଗିରଫ

ସୋନପୁର : ବୌଦ୍ଧ ଜିଲା ହରଭଙ୍ଗା ଥାନା ଅନ୍ତର୍ଗତ କୁସଙ୍ଗ ଗାଁରେ ଶନିବାର ବନ୍ଧୁକ ତିଆରି କାରଖାନା ଠାବ କରାଯାଇଛି । ଏହା ସହ ଦୁଇ ଜଣ ଅଭିଯୁକ୍ତ  ନିର୍ମାତା ଓ ବିକ୍ରେତାକୁ  ପୁଲିସ ଗିରଫ କରିଛି ।

ସୂଚନା ଅନୁଯାୟୀ, ବନ୍ଧୁକ ବିକିବାକୁ ଆସିଥିବା ବେଳେ ଜଣେ ଯୁବକ ଧରାପଡ଼ିଥିଲେ । ଏହାପରେ ଯୁବକଙ୍କ ଠାରୁ ସୂଚନା ପାଇ ପୁଲିସ ହରଭଙ୍ଗାରେ ଚଢ଼ାଉ କରିଥିଲା ।  ଏହି ଚଢାଉ ସମୟରେ ପୁଲିସ ବିପୁଳ ବନ୍ଧୁକ ତିଆରି ସାମଗ୍ରୀ ସହ ୩ଟି ଦେଶୀ ପିସ୍ତଲ ଜବତ କରିଥିଲା  ।

Comments are closed.