ଶାଳ କାଠ ଜବତ , ୮ ଗିରଫ

ମୋହନା : ଗଜପତି ଜିଲା ଅଭବା ପୁଲିସ କୌଣସି ସୂତ୍ରରୁ ଖବର ପାଇ ଗଞ୍ଜାମ ଜିଲ ଅନ୍ତର୍ଗତ ବଡ଼ଗଡ଼ ଅଞ୍ଚଳରୁ ୮ ଜଣ ଚୋରା କାଠ ବେପାରୀଙ୍କୁ ଗିରଫ କରିଛି। ସେମାଙ୍କ ଠାରୁ ୧୩ଟି ଶଳ କାଠ ସହ ଏକ ୪୦୭ ଗାଡ଼ି ଜବତ କରାଯାଇଛି । ଅଭିଯୁକ୍ତ ମାନେ ହେଲେ ଧୁବା ନାୟକ ,ସନ୍ୟାସ ସ୍ବାଇଁ , ରବି ଗୌଡ଼ , ଶଙ୍କର ଗୌଡ଼,  କବିରାଜ ଗୌଡ, ବାଉନ ସ୍ବାଇଁ, ଈଶ୍ବର ସ୍ବାଇଁ, ଦଣ୍ଡିବା ସ୍ବାଇଁ ।

ସୂଚନା ଅନୁଯାୟୀ, ଏହି କାଠ ଗୁଡିକ କଟର ସାହାର୍ଯ୍ୟରେ କାଟି  ହରଭଙ୍ଗା ଡ୍ୟାମ ନିକଟ ଜଙ୍ଗଲରେ ଲୁଚାଇ ରଖିଥିଲେ । ମଙ୍ଗଳବାର ବିଳମ୍ବିବତ ରାତିରେ ଏକ ୪୦୭ ଗାଡ଼ିରେ ରଖୁଥିବା ସମୟରେ ପୁଲିସ  ଚଢ଼ାଉ କରି ଶାଳକାଠ ଗୁଡ଼ିକୁ ଜବତ କରିବା ସହ ଘଟଣା ସ୍ଥଲରୁ ୮ ଜଣ ଅଭିଯୁକ୍ତକୁ ଗିରଫ କରିଥିଲା ।

Comments are closed.