ଅବକାରୀ ବିଭାଗର ଚଢ଼ାଉ – ୩ଗିରଫ

ପାଟଣା : କେନ୍ଦିଝର ଜିଲା ଘଟଗାଁ ଅବକାରୀ ବିଭାଗ ପକ୍ଷରୁ ଢେଙ୍କିକୋଟ ଆଖପାଖ ଅଞ୍ଚଳରେ ଚଢ଼ାଉ କରାଯାଇ ବୁଧବାର ବିପୁଳ ପରିମାଣର ମଦ ଜବତ କରିବା ସହ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଚଢ଼ାଉ ସମୟରେ ସାନମସିଣାବିଲା ଗ୍ରାମର ପଞ୍ଚାନନ ମୁଣ୍ଡାଙ୍କ ଠାରୁ ୧୦ଲିଟର , ବଡମହୁଲଡିହା ଗ୍ରାମର ମାନସ ମୁଣ୍ଡାଙ୍କ ଠାରୁ ୨୦ଲିଟର ଚୋରା ମହୁଲି ମଦ ଜବତ କରିଥିବା ବେଳେ ଖୁଣ୍ଟାପଡା ଗ୍ରାମର ଜଗମୋହନ ନାୟକଙ୍କ ଠାରୁ ୪୦ଲିଟର ବିଦେଶୀ ମଦ ଜବତ କରାଯାଇଛି । ଏହି ଚଢ଼ାଉରେ ଘଟଗାଁ ଅବକାରୀ ସବ୍ଇନ୍ସପେକ୍ଟର ଜଗନ୍ନାଥ ମିଶ୍ର , କନେଷ୍ଟବଳ ଲକ୍ଷଣ ନାୟକ , ଜିତେନ୍ଦ୍ର ମହାନ୍ତ , ଦୀପ୍ତିମୟୀ ବେହେରା ଓ ସିପକ୍ ପଲେଇ ପ୍ରମୁଖ ସାମିଲ ଥିଲେ ।

Comments are closed.