୩ ଅପରାଧୀ ଗିରଫ, ୬ଟି ବନ୍ଧୁକ ଜବତ

ସମ୍ବଲପୁର : ସମ୍ବଲପୁର ପୁଲିସ ୩ଜଣ ଅପରାଧୀଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ପୁଲିସ ଛଅଟି ପିସ୍ତଲ, ୬ଟି ଅଫୁଟା ଗୁଳି ସହ ଗୋଟିଏ ବାଇକ ଜବତ କରିଛି। ଗିରଫ ଅଭିଯୁକ୍ତ ହେଲେ ମହମ୍ମଦ ସମଶେର (୩୪), ଦେବ ବାଗ (୨୪), ଓ ମହମ୍ମଦ ସାକିଲ (୨୫)। ସେମାନଙ୍କ ନାମରେ ବିଭିନ୍ନ ଥାନାରେ ଅନେକ ଅପରାଧିକ ମାମଲା ରହିଥିବାର ଜଣାପଡିଛି।

ସୂଚନାଯୋଗ୍ୟ ଯେ, ତେଲକୋଇ ପୁଲିସ ମଙ୍ଗଳବାର ସକାଳେ ଭୂଷଣ ଇସ୍ପାତ କାରଖାନା ନିକଟରେ ଚଢାଉ କରିଥିଲା। ମହମ୍ମଦ ସମଶେର ବାଇକ ଯୋଗେ ପିସ୍ତଲଗୁଡିକୁ ଝାରସୁଗୁଡାରୁ ସମ୍ବଲପୁର ନେଇ ବିକ୍ରି କରିବାକୁ ଯାଉଥିବା ବେଳେ ପୁଲିସ ହାତରେ ଧରାପଡିଥିଲା। ଏହାସହ ଏହି ଘଟଣାରେ ସଂପୃକ୍ତ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ମଧ୍ୟ ପୁଲିସ ଗିରଫ କରିଥିଲା।

Comments are closed.