ତେଲ ଚୋରି ଘଟଣାରେ ୩ ଗିରଫ

0

ପାରାଦୀପ : ଆଇଓସିଏଲ ପାଇପ ଲାଇନରୁ ତେଲ ଚୋରି ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ପୁଲିସ ୩ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ପାରାଦୀପ ସାମୁଦ୍ରିକ ଥାନା ପୁଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେଲ ଚୋରିରେ ବ୍ୟବହୃତ ବୋଟ, ଜାର୍କିନ, ପାଇପ ଓ ବହୁ ପରିମାଣରେ ଡ଼ିଜେଲ ଜବତ କରାଯାଇଛି। ସୂଚନା ଅନୁଯାୟୀ, ଫେବୃଆରୀ ୨୪ ଓ ମାର୍ଚ୍ଚ ୭ରେ ଏସାର ବେଲଟ ଲାଇନ ପାଖରେ ତେଲ ଚୋରି ହୋଇଥିଲା।

Leave A Reply