କାଜୁ ଚୋରି ଘଟଣାରେ ୫ ଗିରଫ

0

କୋରାପୁଟ : କୋରାପୁଟ ଜିଲା ଘଷରଡ଼ା କାଜୁ ମିଲ ଚୋରି ଘଟଣାରେ ପୁଲିସ ଏକ ଗ୍ୟାଙ୍ଗର ୫ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଏମାନଙ୍କ ପାଖରୁ ଚୋରି କାଜୁ କିଣିଥିବା ୪ଜଣ ବ୍ୟବସାୟୀଙ୍କ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିବା ଅଭିଯୋଗ ହୋଇଛି। ଗତ ୧୬ ତାରିଖରେ ବୈପାରୀଗୁଡ଼ା ଥାନା ଅନ୍ତର୍ଗତ ଘଷରଡ଼ାରେ ଥିବା ଏକ କାଜୁ ମିଲରୁ ୩,୮୫୦ କେଜି ଚୋରି ହୋଇଥିଲା। ପ୍ରାୟ ୧୦ ଜଣିଆ ଗ୍ୟାଙ୍ଗ ଏହି ଚୋରି କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ପୁଲିସ ଏମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟମାନଙ୍କୁ ଖୋଜୁଥିବା ଜଣାପଡ଼ିଛି।

Leave A Reply