ଶିଶୁ ଅପହରଣ ଓ ହତ୍ୟା ଘଟଣା ; ରିମାଣ୍ଡରେ ଯିବ ଅଭିଯୁକ୍ତ

0

ବ୍ରହ୍ମପୁର : ଗୋଷାଣୀନୂଆଗାଁରେ ଶିଶୁ ଅପହରଣ ଓ ହତ୍ୟା ଅଭିଯୁକ୍ତକୁ ପୁଲିସ ଶୁକ୍ରବାର ଠାରୁ ଦୁଇ ଦିନିଆ ରିମାଣ୍ଡରେ ନେବ। ଅଭିଯୁକ୍ତକୁ ରିମାଣ୍ଡରେ ନେବା ପାଇଁ ଏସଡିଜେଏମ୍ କୋର୍ଟ ଅନୁମତି ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ୧୨ତାରିଖ ଦିନ ଜଣେ ନାବାଳକକୁ ଅପହରଣ କରି ଅଭିଯୁକ୍ତ ପଥରରେ ଛେଚି ହତ୍ୟା କରିଥିଲା। ବୁଧବାର ଦିନ ନାବାଳକର ମୃତଦେହ ପୁଲିସ ଏକ ଜଙ୍ଗଲରୁ ଉଦ୍ଧାର କରିଥିଲା। ନାବାଳକକୁ ସ୍କୁଲ ଛାଡିଦେବା ବାହାନାରେ ଅଭିଯୁକ୍ତ ଅପହରଣ କରି ହତ୍ୟା କରିଥିଲା। ଏନେଇ ନାବାଳକର ମାଆ ଥାନାରେ ଅଭିଯୋଗ କରିବା ପରେ ସମସ୍ତ ଘଟଣାର ପର୍ଦ୍ଦାଫାସ ହୋଇଥିଲା।

Leave A Reply