ଡ଼କାୟତି ଉଦ୍ୟମ ଅଭିଯୋଗରେ ୭ ଗିରଫ

0

ଜୟପୁର : ଡ଼କାୟତି ଉଦ୍ୟମ କରୁଥିବା ଅଭିଯୋଗରେ ପୁଲିସ ୭ ଜଣ ଯୁବକଙ୍କୁ ଗିରଫ କରିଛି। ଏ ବିଷୟରେ ଜୟପୁର ସଦର ଥାନା ଆଇଆଇସି ସ୍ନିହାସିସ ସାହୁ ସାମ୍ବାଦିକ ସମ୍ମିଳନୀରେ ଜଣାଇଛନ୍ତି। ସୂଚନା ଅନୁଯାୟୀ, ଗିରଫ ହୋଇଥିବା ଯୁବକଙ୍କ ନିକଟରୁ ପିସ୍ତଲ, ଛୁରୀ, ୬ଟି ମୋବାଇଲ ସହ ନଗଦ ୮୬୫୦ଟଙ୍କା ଜବତ କରିଛି।
ଗିରଫ ହୋଇଥିବା ଯୁବକଙ୍କ ମଧ୍ୟରୁ ୨ ଜଣଙ୍କ ପରିବାର ଲୋକେ ସେମାନେ ନିର୍ଦ୍ଦୋଷ ବୋଲି ଦାବି କରିଛନ୍ତି। ସେମାନଙ୍କ ନାଁରେ କୌଣସି ଥାନାରେ କିଛି ମାମଲା ନାହିଁ ବୋଲି କହି ପୁଲିସ ଆଇଆଇସି ଓ କର୍ମଚାରୀଙ୍କ ସହ ପାଟିତୁଣ୍ଡ କରିଛନ୍ତି। ପୁଲିସ ସେହି ଯୁବକମାନଙ୍କୁ ପଚରାଉଚରା କରିବା ସହ ଅନ୍ୟମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି।

Leave A Reply