ଯୁବତୀଙ୍କୁ ପ୍ରତାରଣା ଅଭିଯୋଗରେ ଯୁବକ ଗିରଫ

0

ମାଲକାନଗିରି : ଯୁବତୀଙ୍କୁ ପ୍ରତାରଣା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ଯୁବକ ଜଣକ ହେଲେ ମାଲକାନଗିରି ଜିଲାର ତେନ୍ତୁଳିଗୁଡା ଗ୍ରାମର ରବିନ୍ଦ୍ର କୁଲଦୀପ (୩୫)। ରବିନ୍ଦ୍ର ଜଣେ ବିବାହିତ ହୋଇ ମଧ୍ୟ ଅନ୍ୟ ଜଣେ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ପରେ ଯୁବତୀ ଜଣକ ଗର୍ଭବତୀ ହେବାରୁ ରବିନ୍ଦ୍ର ବିବାହ କରିବାକୁ ମନା କରିଥିଲେ। ଏହି ସମୟରେ ସେ ପୂର୍ବରୁ ବିବାହିତ ବୋଲି ପ୍ରକାଶ କରିଥିଲେ। ପିଡୀତା ଯୁବତୀଙ୍କ ଅଭିଯୋଗ ଆଧାରରେ ମାଲକାନଗିରି ପୁଲିସ ଯୁବକଙ୍କୁ ଗିରଫ କରିଛି। ମଙ୍ଗଳବାର ଦିନ ଯୁବକଙ୍କୁ କୋର୍ଟ ଚାଲାଣ କରାଯିବ। ଯୁବକ ନିକଟରୁ ଗୋଟିଏ ମୋବାଇଲ ଫୋନ ମଧ୍ୟ ଜବତ କରାଯାଇଛି।

 

Leave A Reply