ଢାବା ମାଲିକଙ୍କୁ ଆକ୍ରମଣ ଘଟଣା, ୩ ଗିରଫ

0

ଅନୁଗୁଳ : ଢାବା ମାଲିକଙ୍କୁ ଆକ୍ରମଣ ଘଟଣାରେ ୩ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ବ୍ୟବହାର କରୁଥିବା ଏକ ବୋଲେରୋ ଗାଡିକୁ ପୁଲିସ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଜ୍ୟୋତିରଞ୍ଜନ ପଟ୍ଟନାୟକ, ଚିତ୍ତ ରଞ୍ଜନ ନାୟକ ଓ ଶେଷନ ନାୟକ। ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଅଛି।

ସୂଚନାଯୋଗ୍ୟ ଯେ, ଅନୁଗୁଳ ଜିଲା ତାଳଚେର ଷଣ୍ଢଗାଁ ନିକଟରେ ଥିବା ଏକ ଢାବାର ମାଲିକଙ୍କୁ ଦୁର୍ବୃତ୍ତମାନେ ମାସିକ ୧୦ହଜାର ଟଙ୍କା ଦାଦାବଟି ମାଗିଥିଲେ। ଢାବା ମାଲିକ ଦାଦାବଟି ଦେବାକୁ ରାଜି ନ ହେବାରୁ ୪ଜଣ ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିଲେ। ପୁଲିସ ଏହି ମାମଲାର ତଦନ୍ତ କରି ୩ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ବେଳେ ଜଣେ ଅଭିଯୁକ୍ତ ବର୍ତ୍ତମାନ ପର୍ଯ୍ୟନ୍ତ ଫେରାର ଥିବା ଜଣାପଡିଛି।

 

Leave A Reply