ପୁଲିସ ଓ ଅପରାଧୀ ମଧ୍ୟରେ ଗୁଳି ବିନିମୟ, ଜଣେ ଗିରଫ

0

ଜୟପୁର: ପୁଲିସ ଓ ଅପରାଧୀ ମଧ୍ୟରେ ଗୁଳି ବିନିମୟରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ ହୋଇଛି। ମଙ୍ଗଳବାର ଭୋର ସମୟରେ ଦୁର୍ଦ୍ଦାନ୍ତ ଅପରାଧୀ ଜିତୁ କଣା ବିଜୟୱାଡା କରିଡରର ପୁରୁଣାଗୋଡ ଛକ ଥିବାର ପୁଲିସ ଖବର ପାଇଥିଲା। ଖବର ପାଇବା ପରେ ପୁଲିସ ଚଢାଉ କରି ଜିତୁକୁ ଗିରଫ କରିବାରେ ସଫଳ ହୋଇଛି। ଜିତୁକୁ ଗିରଫ କରିବାକୁ ଯାଉଥିବା ବେଳେ ସେ ପୁଲିସ ଉପରକୁ ୨ ରାଉଣ୍ଡ ଗୁଳି ଚଳାଇଥିଲା। ପୁଲିସ ମଧ୍ୟ ପାଲଟା ଗୁଳି ଚାଳନା କରିଥିଲା। ଗୁଳି ବିନିମୟରେ ପୁଲିସ ଗାଡିର କାଚ ଭାଙ୍ଗି ଯାଇଛି। ଜିତୁର ଅନ୍ୟ ଜଣେ ସହଯୋଗୀ ଫେରାର ହୋଇଥିବା ସୂଚନା ମିଳିଛି।

Leave A Reply