ଦବିଲା ପାକିସ୍ତାନ, ସୈନ୍ୟ ଅଦାଲତରେ କରିବ ନାହିଁ କୁଳଭୂଷଣ ମାମଲାର ଶୁଣାଣି

ନୂଆଦିଲ୍ଲୀ: ଭାରତୀୟ ନାଗରିକ କୁଳଭୂଷଣ ଯାଦବ ମାମଲାରେ ପାକିସ୍ତାନ ଏକ ବଡ ନିଷ୍ପତ୍ତି ନେଇଛି। ପାକିସ୍ତାନ ତାର ଆର୍ମୀ ଆକ୍ଟରେ ସଂଶୋଧନ କରିପାରେ ବୋଲି ସୂଚନାମିଳିଛି। ଯଦି ପାକିସ୍ତାନ ତାର ଆର୍ମୀ ଆକ୍ଟରେ ସଂଶୋଧନ କରିବ ତାହାଲେ କୁଳଭୂଷଣ ଯାଦବ ତାଙ୍କ ଗିରଫଦାରୀ ବିରୋଧରେ ସିଭିଲି କୋର୍ଟରେ ଅପିଲ୍ କରିବାର ଅଧିକାର ପାଇବେ।
କଣ ଏହି ମାମଲା
ପାକିସ୍ତାନ ମାର୍ଚ ୨୦୧୬ରେ ଭାରତ ପାଇଁ ଗୁଇନ୍ଦାଗିରି କରୁଥିବା ଆରୋପରେ ଭାରତୀୟ ନୌସେନାର ପୂର୍ବ ଅଧିକାରୀ କୁଳଭୂଷଣ ଯାଦବଙ୍କକୁ ଗିରଫ କରିଥିଲା। ଗିରଫ କରିବାପରେ କୁଳଭୂଷଣଙ୍କୁ କୌଣସି ଭାରତୀୟ ଅଧିକାରଙ୍କୁ ଭେଟିବାର ସୁବିଧା ଦେଇନଥିଲେ। ଏହାପରେ ପାକିସ୍ତାନର ଏକ ସୈନ୍ୟ ଅଦାଲତରେ ଅପ୍ରେଲ ୨୦୧୭ରେ କୁଳଭୂଷଣ ଯାଦବଙ୍କୁ ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିବା ସହ ମୃତ୍ୟୁ ଦଣ୍ଡ ଦେଇଥିଲେ।
ଭାରତ ଏହାର ବିରୋଧ କରିବା ସହ ଏହି ମାମଲାକୁ ହେଗ ସ୍ଥିତ ଅନ୍ତରାଷ୍ଟ୍ରୀୟ ନ୍ୟାୟାଳୟ(ଆଇସିଜେ) ରେ ଉଠାଇଥିଲା। ଅନ୍ତରାଷ୍ଟ୍ରୀୟ ନ୍ୟାୟାଳୟରେ ଏହି ମାମଲାର ଶୁଣାଣି ପରେ ଭାରତର ବିଜୟ ହୋଇଥିଲା। କୁଳଭୂଷଣଙ୍କୁ ପାକିସ୍ତାନ ଆର୍ମି କୋର୍ଟ ଦେଇଥିବା ମୃତ୍ୟୁ ଦଣ୍ଡ ଉପରେ ରୋକ୍ ଲାଗିଥିଲା ଏବଂ  ତାଙ୍କୁ କନସୁଲାର ଆକ୍‌ସେସ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

Comments are closed.