ପବିତ୍ର ରାସ ପୂର୍ଣ୍ଣିମା ପାଇଁ ଚଳଚଞ୍ଚଳ ଶୈବକ୍ଷେତ୍ର ଆଖଣ୍ଡଳମଣି

ଆରଡ଼ି : ମଙ୍ଗଳବାର ଅର୍ଥାତ ଆସନ୍ତା କାଲି ହେଉଛି ରାସ (କାର୍ତ୍ତିକ) ପୂର୍ଣ୍ଣିମା। ଏହି ଅବସରରେ ପ୍ରସିଦ୍ଧ ଶୈବକ୍ଷେତ୍ର ଆଖଣ୍ଡଳମଣିଙ୍କ ଧାମ ଚଳଚଞ୍ଚଳ ହୋଇଉଠିବା ସହ ରାଜ୍ୟ ଓ ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହେବ। ପ୍ରଭୁ ମଣିବାବାଙ୍କ ଦର୍ଶନ ପାଇଁ ଅସ୍ଥାୟୀ ବ୍ୟାରେକେଡ଼ ନିର୍ମାଣ କରାଯିବା ସହ ମନ୍ଦିର ମଧ୍ୟରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେହିପରି ନଦୀଘାଟ ଦେଇ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଏହାସହ ଆଜି କାର୍ତ୍ତିକ ମାସ ଶେଷ ସୋମବାର ଥିବାରୁ ମନ୍ଦିରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା।

Comments are closed.