ରଜ ସଂକ୍ରାନ୍ତି ଅବସରରେ ଆଖଣ୍ଡଳମଣିଙ୍କ ଦର୍ଶନ ପାଇଁ ପୀଠରେ ପ୍ରବଳ ଭିଡ଼

ଆରଡି : ରଜ ସଂକ୍ରାନ୍ତି ଅବସରରେ ରାଜ୍ୟର ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡିଧାମରେ ବାବା ଆଖଣ୍ଡଳମଣିଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ଅଗଣିତ ଭକ୍ତଙ୍କ ଭିଡ଼ ଜମିଥିଲା। ଭକ୍ତମାନଙ୍କ ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିରର ଦୈନଦିନ ନୀତିକାନ୍ତିର ସାମନ୍ୟ ପରିବର୍ତ୍ତର୍ନ କରାଯାଇ ଭୋର ୪ଟାରେ ମନ୍ଦିର ଦ୍ୱାର ଫିଟା ଯିବା ପରେ ମଙ୍ଗଳଆଳତୀ, ମହାସ୍ନାନ, ଘର୍ଷଣ ଲାଗି ଆଦି ସମସ୍ତ ସକାଳ ନୀତିକାନ୍ତି ୫ଟା ସୁଦ୍ଧା ସାରିବା ପରେ ଆଗନ୍ତୁକ ଭକ୍ତମାନଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ରାତ୍ର ୧୦ଟା ପର୍ଯ୍ୟନ୍ତ ସାହଣମେଳା କରାଯାଇଥିଲା। ଅନ୍ୟପଟେ ଶ୍ରଦ୍ଧାଳୁ ଭକ୍ତମାନେ ଲମ୍ବା ଧାଡିରେ ଶିବଗଙ୍ଗା ପୁଷ୍କରିଣୀର ସଦରଘାଟ ଦେଇ ମନ୍ଦିର ମଧ୍ୟକୁ ପ୍ରବଶ କରିବା ସହ ମଣିବାବଙ୍କୁ ଦର୍ଶନ କରିଥିଲେ। ପୀଠରେ ଦିନତମମା ହଜାର-ହଜାର ଭକ୍ତଙ୍କ ଭଡ଼ ଲାଗି ରହିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୈାଣସି ବ୍ୟବସ୍ଥା କରାଯାଇନଥିବାରୁ ନାନା ସମସ୍ୟାରେ ସମ୍ମୁଖିନ ହେବାକୁ ପଡିଥିଲା। ଏପରିକି ଦର୍ଶନ ଧାଡିରେ ଶାନ୍ତିଶୃଙ୍ଖଳା ନିମନ୍ତେ ଆବଶ୍ୟକତା ଅନୁଯାୟୀ ପୁଲିସ ନଥିବାରୁ ମଣିବାବାଙ୍କ ଦର୍ଶନ ନିମନ୍ତେ ଭକ୍ତମାନଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ପେଲାଠେଲା ଲାଗି ରହିଥିଲା। ସବୁଠାରୁ ବଡ଼କଥା ହେଲା କେତେକ ସେବାୟତ ଭକ୍ତମାନଙ୍କୁ ବିଭିନ୍ନ ଆଳ ଦେଖାଇ ମନ୍ଦିର ଗର୍ଭଗୃହ ମଧ୍ୟକୁ ପ୍ରବେଶ କରାଉଥିବା ମନ୍ଦିର କାର୍ଯ୍ୟାଳୟରେ ଅଭିଯୋଗ ହୋଇଛି। ଏପରି କାର୍ଯ୍ୟ କରିଥିବା ସେବାୟତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ଦିର ଟ୍ରଷ୍ଟି ତଥା ଭଦ୍ରକ ଉପଜିଲାପାଳ ପିତାମ୍ବର ସାମଲ ପ୍ରକାଶ କରିଛନ୍ତି।

Comments are closed.