ଶହସ୍ରାଧିକ ଭକ୍ତ ପଠନ କରିବେ ଭାଗବତ

0

ଆରଡି : ଶହଶହ ବର୍ଷର ପରମ୍ପରା ଅନୁଯାୟୀ ଆସନ୍ତା ୨୬ରେ ଅର୍ଥାତ ମଙ୍ଗଳବାର ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ହରିହାଟ ଅନୁଷ୍ଠିତ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପ୍ରର୍ଯ୍ୟାୟରେ ପହଁଚିଛି। ସୋମବାର ମଣିବାବାଙ୍କର ଦୈନଦିନ ନୀତିକାନ୍ତି ଅପରାହ୍ଣ ସୁଧା ସରିବା ପରେ ଚନ୍ଦନ ମଣ୍ଡପକୁ ମାର୍ଜନା କରାଯାଇ ଅଧିବାସ ନିମନ୍ତେ ବିମାନ ବିଜେ କରାଯିବ । ପରେ ଘଟ ଉତ୍ତୋଳନ, ଦ୍ୱାରପାଳ ପୂଜା ଆଦି ସରିବା ପରେ ସଂଧ୍ୟାରେ ଷୋଡଶ ଉପଚାର ପୂଜା  ଅନୁଷ୍ଠିତ ହେବ। ସେହିପରି ମଙ୍ଗଳବାର ହରିହାଟ ନୀତିକାନ୍ତି ନିମନ୍ତେ ଭୋର ମଣିବାବାଙ୍କ ଦ୍ୱାର ଫିଟା ଯିବା ପରେ ମଙ୍ଗଳା ଆଳତୀ ସମ୍ପନ୍ନ ହେବା ସହିତ ଜଳାଭିଷେକ, ଘର୍ଷଣଲାଗି, ପଞ୍ଚଉପଚାର ପୂଜା କରାଯାଇ ମଣିବାବାଙ୍କୁ ଦିଗମ୍ବର ବେଶରେ ସଜ୍ଜିତ କରାଯିବ। ସମସ୍ତ ସକାଳ ନୀତିକାନ୍ତି ଅପରାହ୍ଣ ସୁଧା ସରିବା ପରେ ହରିହାଟ ନୀତି ନିମନ୍ତେ ମଣିବାବାଙ୍କୁ ବଡସିଂହାର ବେଶରେ ସଜ୍ଜିତ କରାଯିବା ସହିତ ସଂଧ୍ୟାରେ ଆଳତୀ ସରିବା ପରେ ଶହସ୍ରାଧିକ ଭକ୍ତଙ୍କ ଦ୍ୱାରା ମନ୍ଦିର ବେଢା ମଧ୍ୟରେ ଭାଗବତ ପଠନ କରାଯିବ। ଏଥିପାଇଁ ଯାଜପୁର ଜିଲାର ବାୟାବାବାଙ୍କ ଆଶ୍ରମ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଥିବା ମହନ୍ତଙ୍କ ପକ୍ଷରୁ  ପ୍ରକାଶ ପାଇଛି। ତାହାସହ ବୁଧବାର ଭୋର ଅଧିବାସ ମଣ୍ଡପରେ ବିମାନରେ ବିଜେ କରିଥିବା ହରିହରଙ୍କୁ ହଳଦୀପଞ୍ଚାମୃତରେ ସ୍ନାନ କରାଯାଇ ହରିହର   ଭେଟ ଅନୁଷ୍ଠିତ ହେବ।

Leave A Reply