କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଚଳଚଞ୍ଚଳ ଆଖଣ୍ଡଳମଣିଙ୍କ ମନ୍ଦିର

0

ଆରଡି : ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ତଥା ରାହସ ପୂର୍ଣ୍ଣିମା ଅବସରରେ ରାଜ୍ୟର ଅନ୍ୟନ ଶୈବକ୍ଷେତ୍ର ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ପୀଠ ଚଳଚଞ୍ଚଳ ହୋଇ ଉଠିଛି । ଏଥିପାଇଁ ପୀଠରେ ସମସ୍ତ ପ୍ରସ୍ତୁତି ସରିଛି। ଏପରିକି ପୂର୍ବ ପ୍ରସ୍ତୁତି ଅନୁଯାୟୀ ଶୁକ୍ରବାର ଭୋର ମନ୍ଦିର ପହଡ ଖୋଲିବା ପରେ ୪ଟା ସୁଧା ବୋଇତ ବନ୍ଦାଣ ଓ ଭଷାଣ ଉତ୍ସବ ଅନୁଷ୍ଠିତ ହେବ। ଏଥିସହ ମନ୍ଦିରରେ ଦିନଶାରା ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବା ସହିତ ଦିବା ୧ଟାରେ ପଞ୍ଚାନନ ବେଶ ଓ ଅପରାହ୍ଣ ୫ଟାରେ ହରଗୈାରୀ ବେଶରେ ମଣିବାବାଙ୍କୁ ସଜ୍ଜିତ କରାଯିବ ବୋଲି ସେବାକାରୀମାନେ ପ୍ରକାଶ କରିଛନ୍ତି। ଅନ୍ୟପଟେ ଭକ୍ତମାନଙ୍କ ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ଓ ପୁଲିସ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟାରିକେଡ ନିର୍ମାଣ କରାଯିବା ସହିତ ମନ୍ଦିର ଭିତରେ ଓ ବାହର ବେଢାରେ ଉଜ୍ୱଳ ଆଲୋକ ବ୍ୟବସ୍ଥା କରାଯାଇଛି। ତାହାସହ ଶୃଙ୍ଖଳିତ ଦର୍ଶନ ନିମନ୍ତେ ବ୍ୟାପକ ପୁଲିସ ବ୍ୟବସ୍ଥା ସହିତ ୩ଟି ନଦୀଘାଟ ସମେତ ସ୍ଥଳପଥରେ ଟ୍ରାଫିକ ବ୍ୟବସ୍ଥାକୁ କଡାକଡି କରାଯାଇଥିବା ଆରଡି ଫାଣ୍ଡିଅଧିକାରୀ ବ୍ରଜକିଶୋର ଦାସ ପ୍ରକାଶ କରିଛନ୍ତି।

Leave A Reply