କମିଲା ପାଣି ; ବଢିଲା ଦୁର୍ଦଶା

0

-ଉଜୁଡି ଯିବ ବର୍ଷକର ଦାନା!
– ଋଣ ପରିଷୋଧ ଚିନ୍ତାରେ ଶତାଧିକ ଚାଷୀ
-ପାଣି ଛାଡିନଥିବାରୁ ବନ୍ଦ ରହିଲା ଅନେକ ବିଦ୍ୟାଳୟ
ଆରଡି : ବୈତରଣୀ ନଦୀରେ ଆସିଥିବା ବନ୍ୟା ଦୀର୍ଘ ୫ଦିନ ଧରି ଭଦ୍ରକ ଜିଲା ଆରଡି ଅଞ୍ଚଳରେ ପ୍ରବାହିତ ହେବା ଫଳରେ ନିକଟସ୍ଥ ୪ଟି ପଞ୍ଚାୟତର ୧୫ଟି ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇ ରହିବା ସହିତ ଏକର ଏକର ଚାଷଜମି ଜଳମଗ୍ନ ହୋଇ ପଡିଥିଲା। ମଙ୍ଗଳବାର ବନ୍ୟାର ସମାନ୍ୟ ସୁଧାର ଆସିଥିଲେ ମଧ୍ୟ ଏବେବି ଆରଡି ପଞ୍ଚାୟତର ଶୀତଳପୁର, ମୁଆଁ, ସନ୍ତରା ସହ ଓଳଗ , ନାନ୍ଦପୁର ଓ ସୁନ୍ଦରପୁର ପଞ୍ଚାୟତର ବୋଡକ, ଷାଠିବାଙ୍କୁଡା, ଅମୃତମଣୀ, କୁଳେଇପଦା, ପାରଡିଆ, ଚମ୍ପାସାହି, ବାଙ୍କମୁଆଁ, କୋଇଲିଖା, ପାଲଟପୁର ପାଣିଘେରରେ ରହିଛି। ବିଶେଷକରି ଉଚ୍ଚ ସ୍ଥାନରେ ବନ୍ୟାପାଣି କମିଥିଲେ ମଧ୍ୟ ଦୁର୍ଦଶା ବଢିବାରେ ଲାଗିଛି। ସେହିପରି ବନ୍ୟାଜଳ ଶୀତଳପୁର, ମୁଆଁ, ସନ୍ତରା, ପାଲଟପୁର ବିଦ୍ୟାଳୟ ପରିସରରେ ଲହଡି ମାରୁଥିବାରୁ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କୁ ଦେଖିବାକୁ ମିଳିନଥିଲା। ମୁଆଁ ଓ ସତସଂଘ ଘୋଷରାରେ ଏବେ ୨/୩ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ପୂର୍ବଭଳି ଯାତାୟତ ଠପ ହୋଇ ପଡିବା ସହ ଶହଶହ ଛାତ୍ରଛାତ୍ରୀଙ୍କ ପାଠପଢାରେ ବାଧା ଉପୁଜିଛି। ସବୁଠାରୁ ବଡକଥା ହେଲା ବୈତରଣୀ ନଦୀର ଉପରମୁଣ୍ଡର ବନ୍ୟାଜଳ ଏହି ୪ଟି ପଞ୍ଚାୟତ ଦେଇ ନିକଟସ୍ଥ ଧାମରା ସମୁଦ୍ର ମୁହାଣକୁ ନିଷ୍କାସିତ ହେଉଥିବା ବେଳେ ଅମାବାସ୍ୟା ଜୁଆର ଯୋଗୁ ଠିକ ଭାବେ ନିଷ୍କାସିତ ହୋଇ ପାରୁନାହିଁ। ଫଳରେ ଚାଷଜମିରେ ୫/୬ଦିନ ହେବ ବନ୍ୟାଜଳ ଲହଡି ଭାଙ୍ଗୁଥିବାରୁ ଚଳିତବର୍ଷ ଶହଶହ ଚାଷୀଙ୍କର ସାରଦ ଚାଷ ୮୦/୯୦ଭାଗ ଉଜୁଯିବ ବୋଲି ମତପ୍ରକାଶ ପାଇଛି।

Leave A Reply