୬ ମାସ କାର୍ଯ୍ୟକାଳ ଥିବା ଅଫିସର ହେବେ ଡିଜିପି : ସୁପ୍ରିମକୋର୍ଟ

0

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଗତବର୍ଷର ପୁଲିସ୍‍ ସଂସ୍କାର ସଂକ୍ରାନ୍ତ ନିର୍ଦ୍ଦେଶ ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି । ଯେଉଁ ଅଫିସରମାନଙ୍କର ଚାକିରିକାଳ ଆଉ ୬ ମାସ ଥିବା, ସେମାନଙ୍କୁ ପୁଲିସ୍‍ ମହାନିର୍ଦ୍ଦେଶକ ପଦବୀ ପାଇଁ ବିବେଚନା କରାଯିବ। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ କହିଛନ୍ତି, ଡିଜିପି ପଦବୀ ପାଇଁ ଲୋକସେବା ଆୟୋଗର ସୁପାରିସ ଓ ଏଥିପାଇଁ ପ୍ୟାନେଲ୍‍ର ପ୍ରସ୍ତୁତି ସମ୍ପୂର୍ଣ୍ଣରୂପେ ଯୋଗ୍ୟତା ଭିତ୍ତିରେ କରାଯିବା ଉଚିତ ବୋଲି କୋର୍ଟ କହିଛନ୍ତି । ସୁପ୍ରିମକୋର୍ଟ ଉତ୍ତର ପ୍ରଦେଶର ପୂର୍ବତନ ଡିଜିପି ପ୍ରକାଶ ସିଂହଙ୍କ ଆବେଦନ ଉପରେ ଏହି ରାୟ ଦେଇଛନ୍ତି । ଶ୍ରୀ ସିଂହ ତାଙ୍କର ଆବେଦନରେ କହିଥିଲେ, ୨୦୧୮ ଜୁଲାଇ ୩ ତାରିଖର ନିର୍ଦ୍ଦେଶକୁ ରାଜ୍ୟ ସରକାରମାନେ ଅପବ୍ୟବହାର କରୁଛନ୍ତି ଓ ଡିଜିପି ମାନଙ୍କର ନିଯୁକ୍ତିରେ ଦକ୍ଷ ବରିଷ୍ଠ ପୁଲିସ୍‍ ଅଫିସରମାନଙ୍କୁ ଉପେକ୍ଷା କରାଯାଉଛି।

Leave A Reply