ଆପଲ ପକ୍ଷରୁ ୩ ନୂଆ ଆଇଫୋନ୍‍ର ବଜାର ପ୍ରବେଶ

0

ନୂଆଦିଲ୍ଲୀ : ଆପଲ ପକ୍ଷରୁ ବୁଧବାର ୩ଟି ନୂଆ ଆଇଫୋନ୍‍ ସମେତ କେତେକ ଇଲେକ୍ଟ୍ରୋନିକ ଉପକରଣର ବଜାର ପ୍ରବେଶ କରାଯାଇଛି। ଏହା ମଧ୍ୟରେ ହାତଘଡ଼ି, ଆଇଫୋନ୍‍ ସ୍ମାର୍ଟଫୋନ୍‍ର ସିରିଜ ରହିଛି। ଷ୍ଟିଭ୍‍ଜବ୍‍ ଥିଏଟରରେ ଆପଲ ସିଇଓ ଟିମ୍‍ କୁକ ବଟନ ଚିପି ଆନୁଷ୍ଠାନିକ ଭାବେ ଆଇଫୋନ୍‍ର ବଜାର ପ୍ରବେଶ କରାଇଥିଲେ। ନୂଆ ୩ ଆଇଫୋନ୍‍ ହେଲେ ଆଇଫୋନ୍‍ ଏକ୍ସଏସ୍‍, ଆଇଫୋନ୍‍ ଏକ୍ସଏସ୍‍ ମ୍ୟାକ୍ସ ଏବଂ ଆଇଫୋନ୍‍ ଏକ୍ସଆର। ଏହି ୩ ଆଇଫୋନ୍‍ ଅତ୍ୟନ୍ତ ଶକ୍ତିଶଳୀ ବୋଲି କୁହାଯାଉଛି। ଆଇଫୋନ୍‍ ଏକ୍ସଏସ୍‍ର ୫.୮ ଇଞ୍ଚ ଡିସପ୍ଲେ ଥିବାବେଳେ ଆଇଫୋନ୍‍ ଏକ୍ସଏସ୍‍ ମ୍ୟାକ୍ସର ୬.୫ ଡିସପ୍ଲେ ଏବଂ ଆଇଫୋନ୍‍ ଏକ୍ସଆରର ୬.୧ ଇଞ୍ଚ ଏଲ୍‍ସିଡି ସିସ୍‍ପ୍ଲେ ରହିଛି। ଆଇଫୋନ୍‍ ଏକ୍ସଏସ୍‍, ଆଇଫୋନ୍‍ ଏକ୍ସଏସ୍‍ ମ୍ୟାକ୍ସ ସୁନେଲୀ, ରୂପା ଏବଂ ଧୁସର ରଙ୍ଗରେ ଉପଲବ୍ଧ ରହିଛି। ଏହି ୨ ଫୋନ୍‍ର ଓଏଲଇଡି ଡିସପ୍ଲେ ଓ ୩ଡି ଟଚ୍‍ ସ୍କ୍ରିନ୍‍ ରହିଛି। ଏଥିରେ ମୁଖ ଚିିହ୍ନଟ ସୁରକ୍ଷା ପଦ୍ଧତି ରହିଛି। ଉଭୟର ପ୍ରାଥମିକ ମୋମୋରି ଷ୍ଟୋରେଜ କ୍ଷମତା ୬୪ ଜିବି ଏବଂ ୨୫୬ ଜିବି ରହିଛି। ଷ୍ଟୋରେଜ କ୍ଷମତାକୁ ୫୧୨ ଜିବି ପର୍ଯ୍ୟନ୍ତ ବର୍ଦ୍ଧିତ କରାଯାଇ ହେବ। ଆଇଫୋନ୍‍ ଏକ୍ସଏସ୍‍, ଆଇଫୋନ୍‍ ଏକ୍ସଏସ୍‍ ମ୍ୟାକ୍ସ ଓ ଆଇଫୋନ୍‍ ଏକ୍ସଆରରେ ପଛରେ ବୁଠୁ ଭଲ ଗୁଣମାନର ୧୨ ମେଗା ପିକ୍ସେଲ ଟେଲିଫୋଟୋ କ୍ୟାମେରା ରହିଛି। ୩ ଆଇଫେ୍‍ାନର ଆଗରେ ୭ ଏମ୍‍ପିର ପ୍ରଣ୍ଟ କ୍ୟାମେରା ଓ ପ୍ରୋସେସର ଏ୧୨ ବାୟୋନିକ ରହିଛି। ଆଇଫୋନ୍‍ ଏକ୍ସଏସ୍‍ର ମୂଲ୍ୟ ଭାରତୀୟ ମୁଦ୍ରାରେ ୭୨ ହଜାର ଟଙ୍କା, ଆଇଫୋନ୍‍ ଏକ୍ସଏସ୍‍ ମ୍ୟାକ୍ସ ୮୦ ହଜାର ଏବଂ ଆଇଫୋନ୍‍ ଏକ୍ସଆର ମୂଲ୍ୟ ୫୪ ହଜାର ଟଙ୍କା ରହିଛି। ଏହାସହ ଆପଲ ପକ୍ଷରୁ ହାତଘଡ଼ି ସିରିଜ ୪ର ବଜାର ପ୍ରବେଶ କରାଯାଇଛି।

Leave A Reply