ଆପନା ଘର ଯୌନ ବ୍ୟଭଚାର ମାମଲାରେ  ୩ ଜଣଙ୍କୁ ଆଜୀବନ କାରାଦଣ୍ଡ

0

ରୋହତକ: ହରିୟାଣାର ରୋହତକରେ ସ୍ୱତନ୍ତ୍ର ସିବିଆଇ ଅଦାଲତ ଆପନା ଘର ଯୌନ ବ୍ୟଭଚାର ମାମଲାରେ  ୩ ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ଆଜୀବନ କାରଦଣ୍ଡାଦେଶ ଶୁଣାଇଛନ୍ତି ।୨୦୧୨ ମସିହାରେ ଏହି ମାମଲା ଲୋକ ଲୋଚନକୁ ଆସଥିଲା । ୩ ଜଣ ନାବାଳିକା ଏହି ଆଶ୍ରୟ କେନ୍ଦ୍ରରୁ ଖସିଆସି ଏ ବିଷୟରେ ଅଭିଯୋଗ କରିଥିଲେ  । ପରେ ଅପନା ଘର  ଆଶ୍ରୟ ସ୍ଥଳ ଚଳାଉଥିବା ଯଶଓ୍ୱାନ୍ତି ଦେବୀ, ତାହାର ଜ୍ୱାଇଁ ଓ ଜଣେ ଡ୍ରାଇଭରକୁ ସହ ୯ ଜଣଙ୍କୁ ଗିରଫ କରାଯାଇଥିଲା ।

ଏହି ଆଶ୍ରୟ ସ୍ଥଳରୁ ୧୦୦ରୁ ଅଧିକ ଅନ୍ତେବାସୀଙ୍କୁ ଉଦ୍ଧାର କରାଯାଇଥିଲା । ତଦନ୍ତ ସମୟରେ ଦିବ୍ୟାଙ୍ଗ ଓ ଛୋଟ ପିଲାମାନଙ୍କୁ ଖରାପ କାମରେ ଲଗାଯାଉଥିବା ପ୍ରମାଣ ମିଳିଥିଲା ।  ଏହି ଅଭିଯୋଗ ପ୍ରମାଣିତ ହେବା ପରେ  ଯଶବନ୍ତୀ , ତାହାର ଜ୍ୱାଇଁ ଜଇଭଗବାନ, ଡ୍ରାଇଭର ସତୀଶକୁ ଆଜୀବନ କାରଦଣ୍ଡ ଦିଆଯାଇଛି । ଯଶବନ୍ତୀର ଭାଇ ଯଶବନ୍ତକୁ ୭ ବର୍ଷ କାରାଦଣ୍ଡାଦେଶ ଶୁଣାଯାଇଛି ।

ଯଶବନ୍ତୀର ଝିଅ ସହିତ ସେଠାରେ କାମ  କରୁଥିବା ୪ ଜଣ ମହିଳା  କର୍ମଚାରୀଙ୍କୁ  ଖଲାସ କରାଯାଇଛି ।

Leave A Reply