ଏପିଜେ ଅବଦୁଲ କାଲାମ

0

ଡକ୍ଟର ଏ.ପି.ଜେ ଅବଦୁଲ କାଲାମ ଜଣେ ପ୍ରଖ୍ୟାତ ଭାରତୀୟ ବୈଜ୍ଞାନିକ ଓ ଭାରତର ଏକାଦଶ ରାଷ୍ଟ୍ରପତି ଥିଲେ। ସେ ଦେଶର କିଛି ମହତ୍ତ୍ବପୂର୍ଣ୍ଣ ସଙ୍ଗଠନ ( ଡିଆରଡିଓ ଓ ଇସରୋ )ରେ କାର୍ଯ୍ୟ କରିଥିଲେ। ସେ ୧୯୯୮ରେ ପୋଖରଣ ଦ୍ବିତୀୟ ପରମାଣୁ ପରୀକ୍ଷଣରେ ମହତ୍ତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଡକ୍ଟର କାଲାମ ଭାରତର ଅନ୍ତରୀକ୍ଷ କାର୍ୟ୍ୟକ୍ରମ ଓ ମିଶାଇଲର ବିକାଶ କାର୍ୟ୍ୟକ୍ରମ ସହ ଯୋଡି ହୋଇଥିଲେ। ତେଣୁ ତାଙ୍କୁ “ମିଶାଇଲ ମ୍ୟାନ” କୁହାଯାଏ। ୨୦୦୨ ମସିହାରେ କାଲାମ ଭାରତର ରାଷ୍ଟ୍ରପତି  ହୋଇଥିଲେ  । ୫ବର୍ଷ ଏହି ପଦବୀରେ ରହିବା ପରେ ସେ ଲେଖିବା, ସାର୍ବଜନୀନ ସେବା କାର୍ଯ୍ୟକୁ ଆପଣେଇ ଥିଲେ। ତାଙ୍କୁ ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ, ଭାରତ ରତ୍ନ ସହ ଅନେକ ପ୍ରତିଷ୍ଠିତ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।

ଡକ୍ଟର ଏ.ପି.ଜେ ଅବଦୁଲ କାଲାମଙ୍କ ଜନ୍ମ ୧୯୩୧ ମସିହା ଅକ୍ଟୋବର ମାସ ୧୫ ତାରିଖରେ ହୋଇଥିଲା। ତାମିଲନାଡୁର ରାମେଶ୍ବରମ ଠାରେ ଏକ ମୁସଲମାନ ପରିବାରରେ ସେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ମୃତ୍ୟୁ ୨୦୧୫ ମସିହା ଜୁଲାଇ ୨୭ ତାରିଖରେ ମେଘାଳୟର ଶିଲଙ୍ଗ ଠାରେ ହୋଇଥିଲା।

Leave A Reply