ପଦ୍ମ ଧରିବେ ଅପରାଜିତା !

0

ଭୁବନେଶ୍ୱର : ୧୯୯୪ ବ୍ୟାଚର ଓଡ଼ିଆ କ୍ୟାଡର ଆଇଏଏସ୍‍ ଅଧିକାରୀ ଅପରାଜିତା ଷଡଙ୍ଗୀ ବିଜେପିରେ ଯୋଗଦେବା ନେଇ ଲାଗିରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ନଭେମ୍ବର ୨୭ରେ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଅପରାଜିତା ବିଜେପିରେ ଯୋଗଦେବାକୁ ଯୋଜନା ରହିଛି। ପରେ ନଭେମ୍ବର ୨୮ରେ ଅପରାଜିତା ଭୁବନେଶ୍ୱର ଆସିବାର ଯୋଜନା ରହିଛି।
ସୂଚନାଯୋଗ୍ୟ ଯେ ଅପରାଜିତା ଷଡଙ୍ଗୀ ଗତ ସପ୍ତାହରେ ନିଜ ଚାକିରିରୁ ଭିଆରଏସ୍‍ ଆବେଦନ ପରେ ରାଜନୀତି ଚର୍ଚ୍ଚା ଜୋର ଧରିଥିଲା। ପରେ ଭିଆରଏସ ଆବେଦନକୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ ମଞ୍ଚୁରୀ ମିଳିଥିଲା। ଆଇଏଏସ୍‍ ଅଧିକାରୀ ହେବାପରେ ବିଏମସି ଓ ଗଣଶିକ୍ଷା ବିଭାଗ ସଚିବ ଥିବା ସମୟରେ ବହୁ ଉଲ୍ଲେଖନୀୟ କାର୍ଯ୍ୟ ସହ ଅପରାଜିତା ଷଡଙ୍ଗୀ ଚର୍ଚ୍ଚାରେ ରହିଥିଲେ। ଜୀବନର ଦ୍ୱିତୀୟ ଅଧ୍ୟାୟ ଆରମ୍ଭ କରିବା ନେଇ ଅପରାଜିତା ଷଡଙ୍ଗୀ ନିଜେ ଟ୍ୱିଟ କରି ଜଣାଇଥିଲେ। ଅପରାଜିତା ୨୦୧୩ରେ କେନ୍ଦ୍ରକୁ ଡେପୁଟେସନରେ ଯାଇଥିଲେ।

Leave A Reply