ଫେରିଯିବ ବାଘୁଣୀ ସୁନ୍ଦରୀ, ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ

0

ଅନୁଗୋଳ : ସାତକୋଶିଆକୁ ଆସିଥିବା ବାଘୁଣୀ ‘ସୁନ୍ଦରୀ’ ଫେରିଯିବ। ‘ସୁନ୍ଦରୀ’ ୧୫ ତାରିଖ ସୁଦ୍ଧା ମଧ୍ୟପ୍ରଦେଶର ବାନ୍ଧବଗଡ ଜଙ୍ଗଲକୁ ସ୍ଥାନାନ୍ତର କରାଯିବ ବୋଲି ସୂଚନା ମିଳିଛି। ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍‍ ପାଇଁ ରାଜ୍ୟ ବାହାରୁ ୨ଟି ଟିମ୍‍ ଆସୁଛନ୍ତି। ବାନ୍ଧବଗଡ ଓ ଡେରାଡୁନ୍‍ରୁ ଏହି ୨ଟି ଟିମ୍‍ ଆସୁଥିବାର ଅନୁଗୋଳ ଏସ୍‍ପି ମିତ୍ରଭାନୁ ମହାପାତ୍ର ସୂଚନା ଦେଇଛନ୍ତି। ସୁନ୍ଦରୀ ଆକ୍ରମଣରେ ହାତୀବାରୀର ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ପରେ ମହିଳାଙ୍କ ମୃତଦେହ ରଖି ହାତୀବାରୀ ବାସିନ୍ଦା ରାସ୍ତାରୋକ କରିଥିଲେ। ପ୍ରଶାସନ ସହ ଆଲୋଚନା ପରେ ରାସ୍ତାରୋକ ହଟଥିଲା। ଗୁରୁବାର ସୁନ୍ଦରୀକୁ ସ୍ଥାନାନ୍ତରିତ କରିବାପାଇଁ ପ୍ରତିଶ୍ରୁତି ସହ ଦାହସଂସ୍କାର ପାଇଁ ମୃତକଙ୍କ ପରିବାରକୁ ୬୦ ହଜାର ଟଙ୍କାର ସହାୟତା ମିଳିଛି। ଆଉ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ମିଳିବ ବୋଲି ମଧ୍ୟ ପ୍ରଶାସନ ତରଫରୁ ପ୍ରତିଶ୍ରୁତି ଦିଆଯାଇଛି।

Leave A Reply