ଭାଉଜର ଟାଙ୍ଗିଆ ଚୋଟରେ ଦିଅର ଗୁରୁତର

0

ଅନୁଗୋଳ : ଅନୁଗୁଳ ଜିଲା ଛେଣ୍ଡିପଦା ନିକଟସ୍ଥ ବୁଢାପାଳ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଘଟଣାରୁ ଜଣା ପଡିଛି ପାରିବାରିକ କଳହକୁ ନେଇ ବୁଢାପାଳ ଗ୍ରାମର ଅଇଣ୍ଠୁ ନାଏକ ଓ ଅଜିତ କୁମାର ନାଏକ ମଧ୍ୟରେ ଶନିବାର ପ୍ରବଳ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତକ୍ଷପ୍ତ ହୋଇ ଅଜିତଙ୍କ ଭାଉଜ ଆଶା ନାଏକ ଓ ତାଙ୍କ ଜ୍ବାଈଁ ଝିଅ ଘରୁ ଟାଙ୍ଗିଆ ଆଣି ଆକ୍ରମଣ କରିଥିଲେ । ଟାଙ୍ଗିଆ ଆକ୍ରମଣରେ ଅଜିତଙ୍କ ଛାତି ,ହାତ ଓ ପାଦରେ ଗଭୀର ଆଘାତ ଲାଗିବା ସହିତ ଅଚେତ ହୋଇ ଯାଇଥିଲେ । ଏହା ଦେଖି ଆକ୍ରମଣକାରୀ ସ୍ଥାନଛାଡି ପଳାଇଯାଇଥିଲେ। ପରେ ପଡୋଶୀ ଗୁରୁତର ଅବସ୍ଥାରେ ଅଜିତକୁ ଆଣି ଛେଣ୍ଡିପଦା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିବା ସହିତ ଚିକିତ୍ସା କରାଇଥିଲେ ।

Leave A Reply