ଅନୁଗୁଳରେ କମ୍ପାନୀ କର୍ମଚାରୀଙ୍କଠାରୁ ୫ଲକ୍ଷ୪୭ହଜାର ଲୁଟ୍‍

0

ରାଉରକେଲା : ପ୍ରାୟ ୨୦ ମାସ ବ୍ୟବଧାନରେ ପୁଣି ଡକାୟତି ହୋଇଛି। ଆଇଆଇଏଫ୍‍ଲ୍‍ ଘରୋଇ ବ୍ୟାଙ୍କରୁ ଲକ୍ଷ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଡକାୟତି ଘଟଣା ଲୋକଙ୍କ ମନରୁ ଲିଭି ନଥିବା ବେଳେ ସେହିକୋଠା ନିକଟରେ ଆଜି ଡକାୟତ ପୁଣି ଇଣ୍ଡିଆନ ଓଭର ସିଜ୍‍ ବ୍ୟାଙ୍କ (ଆଇଓବି)ରୁ ବନ୍ଧୁକ ଦେଖାଇ ପ୍ରାୟ ୪୨ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଗ୍ରାହକ ସମେତ ଅଧିକାରୀ ଓ କର୍ମଚାରୀଙ୍କୁ ମାଡ଼ ମାରି ଆଣ୍ଠେଇ ଦେବା ସହିତ ଗଲା ବେଳେ ବ୍ୟାଙ୍କରେ ଲାଗିଥିବା ସିସିଟିଭି ହାର୍ଡ଼ଡିକ୍ସ ଉପାଡ଼ି ନେଇଛନ୍ତି। ଏହି ଘଟଣା ରାଉରକେଲାରେ ଆଲୋଡ଼ନ ସୃଷ୍ଟି କରିଛି। ଆଜି ପୂର୍ବାହ୍ନ ପ୍ରାୟ ୯ଟା ୪୫ରୁ ୧୦ଟା୧୫ ମଧ୍ୟରେ ମଧୁସୂଦନମାର୍ଗରେ ଥିବା ଆଇଓବି ଶାଖାରୁ ଡକାୟତି ହୋଇଛି।

Leave A Reply