୯ଶହ ଲିଟର ମଦ ଜବତ, ୨ ଗିରଫ

ଅନୁଗୁଳ : ଗୁରୁବାର ଅନୁଗୁଳ ଅବକାରୀ ବିଭାଗ ଚଢ଼ାଉକରି ୯ଶହ ଲିଟର ଦେଶୀ ମଦ ଜବତ କରି ଦୁଇ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଏକ ସ୍କରପିଓ(ଓଆର-୦୫-ଜେଡ୍‌- ୧୦୦୧) ଓ ସ୍କୁଟି(ଓଡି-୧୯-ଏଫ୍‌-୨୦୭୩)ରେ ଦେଶୀ ମହୁଲି ଚାଲାଣ ହେଉଥିଲା। ବିଶେଷ ସୁତ୍ରରୁ ଖବର ପାଇ ପୁଲିସ ଏହାକୁ ଜବତ କରିଛି। ଗିରଫ ହୋଇଥିବା ୨ ଅଭିଯୁକ୍ତ ହେଲେ ପରଜଙ୍ଗ ଥାନା ଅଧୀନ କନ୍ଦରସିଂହାରର କାଳିଆ ନାଏକ ଓ ଗତି ପ୍ରଧାନ। ଏହାଛଡ଼ା ଅନ୍ୟଜଣେ ଫେରାର ଥିବା ଅବକାରୀ ମୋବାଇଲ ବିଭାଗ ପକ୍ଷରୁ କୁହାଯାଇଛି।

Comments are closed.