ସାଂସଦ ଅନୁଭବ ମହାନ୍ତିଙ୍କ ନାମରେ ମାମଲା ରୁଜୁ

ଭୁବନେଶ୍ୱର: କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ନାମରେ ମାମଲା ରୁଜୁ ହୋଇଛି। ଏକ ଘରୋଇ ଟିଭି ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗ ଆଧାରରେ ଆଇପିସି ଦଫା ୩୪୧, ୩୨୩, ୨୯୪, ୫୦୦, ୫୦୬ରେ କେନ୍ଦ୍ରାପଡ଼ା ଥାନାରେ ଅନୁଭବ ମହାନ୍ତିଙ୍କ ନାମରେ ମାମଲା ରୁଜ୍ଜୁ କରାଯାଇଛି।

ସୂଚନାଯୋଗ୍ୟ ଯେ, ଗତ ବୁଧବାର ଦିନ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସାଂସଦ ଅନୁଭବ ମହାନ୍ତି ଟିଭି ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିଥିବା ସମ୍ପୃକ୍ତ ଚ୍ୟାନେଲରେ ପ୍ରସାର ହୋଇଥିଲା। ଏହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇବା ସହ ସାଂସଦଙ୍କ ଏଭଳି ଆଚରଣକୁ ସମସ୍ତେ ନାପସନ୍ଦ କରିଥିଲେ। ଏହାକୁ ନେଇ ଗୁରୁବାର ଦିନ ବିଭିନ୍ନ ଜିଲାରେ ସାମ୍ବାଦିକମାନେ ପ୍ରତିବାଦ କରିଥିଲେ।

Comments are closed.