ଲୋକପାଳ ଓ ଲୋକାୟୁକ୍ତ ନିଯୁକ୍ତି ପ୍ରସଙ୍ଗ : ୩୦ରୁ ଆନ୍ନାଙ୍କ ଅନଶନ

0

ମୁମ୍ବଇ : ଲୋକପାଳ ଓ ଲୋକାୟୁକ୍ତ ନିଯୁକ୍ତିରେ କେନ୍ଦ୍ର ସରକାରଙ୍କ ବିଫଳତାରେ କ୍ଷୁବ୍ଧ ଦୁର୍ନୀତି ବିରୋଧୀ ସାମାଜିକ କର୍ମୀ ଆନ୍ନା ହଜାରରେ ଜାନୁଆରୀ ୩୦ରୁ ଅନଶନରେ ବସିବେ। ମହାରାଷ୍ଟ୍ରସ୍ଥିତ ତାଙ୍କ ନିଜ ଗ୍ରାମ ରାଲେଗାଓଁ-ସିଦ୍ଧିଠାରୁ ଲୋକପାଳ ନିଯୁକ୍ତି ସମ୍ବନ୍ଧୀୟ ତାଙ୍କର ଏହି ବିକ୍ଷୋଭ ଆରମ୍ଭ ହେବ ବୋଲି ଆନ୍ନା କହିଛନ୍ତି। ଲୋକପାଳ ଓ ଲୋକାୟୁକ୍ତ ଆଇନ ୨୦୧୩ରେ ଆସିଥିବା ବେଳେ ମୋଦୀ ସରକାର ୨୦୧୪ରେ କ୍ଷମତାଲାଭ କରିଥିଲା। ମାତ୍ର ବିଗତ ୫ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଏଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଚିଠି ଲେଖି ଏ ସମ୍ବନ୍ଧରେ ମନେ ପକାଇ ଦିଆଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ବୋଲି ସେ ଅଭିଯୋଗ କରିଛନ୍ତି।

Leave A Reply