୪୮ ବର୍ଷରେ ପାଦ ଦେଲେ କୁମ୍ବଲେ

0

ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ ସ୍ପିନର ଅନୀଲ କୁମ୍ବଲେ ବୁଧବାର ୪୮ ବର୍ଷ ବୟସରେ ପାଦ ଥାପିଛନ୍ତି। କୁମ୍ବଲେଙ୍କୁ ଭାରତର ଅନ୍ୟତମ ପ୍ରଖ୍ୟାତ ବୋଲର ଭାବେ ବିବେଚନା କରାଯାଇଥାଏ। ନିଜ କ୍ୟାରିୟରରେ ବୋଲିଂ ମାଧ୍ୟମରେ ସେ ଭାରତକୁ ଅନେକ ମ୍ୟାଚ୍‍ରେ ବିଜୟୀ କରାଇଥିଲେ। ଟେଷ୍ଟ କ୍ରିକେଟ୍‍ ଇତିହାସରେ ଗୋଟିଏ ଇନିଂସରେ ୧୦ଟି ୱିକେଟ୍‍ ହାସଲ କରିବାରେ କୁମ୍ବଲେ ହେଉଛନ୍ତି ଦ୍ୱିତୀୟ ବୋଲର। ପୂର୍ବରୁ ଇଂଲଣ୍ଡର ଜିମ୍‍ ଲେକର ଏହି କରିସ୍ମା କରି ଦେଖାଇଛନ୍ତି। ଟେଷ୍ଟ କ୍ରିକେଟ୍‍ରେ ଭାରତ ପକ୍ଷରୁ ସର୍ବାଧିକ ୱିକେଟ୍‍ ହାସଲ କରିଥିବା କୁମ୍ବଲେଙ୍କୁ ଜନ୍ମଦିନରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର, ଭିଭିଏସ୍‍ ଲକ୍ଷ୍ମଣ, ମହମ୍ମଦ କୈଫ୍‍, ହରଭଜନ୍‍ ସିଂହ, ଦୀପଦାସ ଗୁପ୍ତା, ବିନୋଦ କାମ୍ବଲି, ହେମାଙ୍ଗ ବଦାନୀ, ଅଜିତ ଅଗରକର ପ୍ରମୁଖ ଶୁଭେଚ୍ଛା ଜ୍ଞାପନ କରିଛନ୍ତି। କୁମ୍ବଲେ ୧୩୨ଟି ଟେଷ୍ଟ ମ୍ୟାଚ୍‍ ଖେଳି ୬୧୯ଟି ୱିକେଟ୍‍ ହାସଲ କରିଛନ୍ତି। ସେ ୨୭୧ଟି ଦିନିିକିଆ ଖେଳି ୩୩୭ଟି ୱିକେଟ୍‍ ଅକ୍ତିଆର କରିଛନ୍ତି।

Leave A Reply