ବିଜେପି ପକ୍ଷରୁ ୧୨ ଘଣ୍ଟିଆ ଅନୁଗୁଳ ବନ୍ଦ ଡାକରା

ଅନୁଗୁଳ : ଅନୁଗୁଳ ସହରରେ ବୁଧବାର ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ସ୍ବରୂପ ୫୫ ନମ୍ବର ଜାତୀୟ ରାଜପଥର ହୁଲୁରିସିଂଘା ଛକ ଓ ତୁରଙ୍ଗ ଛକ ଠାରେ ରାସ୍ତା ଅବରୋଧ କରାଯାଇଛି। ଫଳରେ ଦୋକାନ ବଜାର ଓ ଗାଡ଼ି ମଟର ଚଳାଚଳ ବନ୍ଦ ରହିଛି। ସୂଚନା ଅନୁସାରେ, ଅନୁଗୁଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଦୁଇଟି ମୃତଦେହରୁ ଆଖି ଗାୟବ ଘଟଣାରେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଅବହେଳା, ନାବାଳିକକୁ ବଳାତ୍କାର ପରେ ସହରରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଓ ପୌରାଞ୍ଚଳରେ ଅଳିଆ ସମସ୍ୟା ପ୍ରତିବାଦରେ ବିଜେପି ଏହି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି।

Comments are closed.