କାନ୍ଥପଡି ବଞ୍ଚିଗଲା ଜୀବନ ହେଲେ ଅଙ୍ଗନୱାଡି କର୍ମୀଙ୍କ ଗୋଡ ଭାଙ୍ଗିଲା

0

ସୁଆଣ୍ଡୋ : ପୁରୀ ଜିଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ବାଘସାହିରେ ଅଙ୍ଗନୱାଡି କର୍ମୀଙ୍କ ଉପରେ କାନ୍ଥ ଭୁଶୁଡି ପଡିଥିବା ଖବର ମିଳିଛି। ଅଙ୍ଗନୱାଡି କର୍ମୀ ବିଜୟଲକ୍ଷ୍ମୀ ପ୍ରଧାନ କାର୍ଯ୍ୟରତ ଥିବା ସମୟରେ ଏହି ଘଟଣା ଘଟିଥିଲା। ଏହି ଘଟଣା ଦ୍ୱାରା ଅଙ୍ଗନୱାଡି କର୍ମୀ ବିଜୟଲକ୍ଷ୍ମୀ ପ୍ରଧାନଙ୍କ ଗୋଡ ଭାଙ୍ଗିଯାଇଛି। ଗୁରୁତର ଅବସ୍ଥାରେ ବିଜୟଲକ୍ଷ୍ମୀଙ୍କୁ ସାକ୍ଷୀଗୋପାଳ ଡାକ୍ତରଖାନାକୁ ଅଣାଯାଇଥିଲା। ବିଜୟଲକ୍ଷ୍ମୀଙ୍କ ଅଧିକ ଚିକିତ୍ସା ଆବଶ୍ୟକ ଥିବାବେଳେ ଅର୍ଥ ବାଧକ ସାଜିଛି। ତାଙ୍କୁ ସାହାଯ୍ୟର କରିବା ପାଇଁ ଅଙ୍ଗନୱାଡି ସଂଘ ସମ୍ପାଦିକା ଲକ୍ଷ୍ମୀପ୍ରିୟା ମହାପାତ୍ର ନିବେଦନ କରିଛନ୍ତି।

Leave A Reply