ଚୀନ୍‍ ବକ୍ସ ଅଫିସରେ ୨୦୦ କୋଟିର ନିକଟତର ‘ଅନ୍ଧାଧୁନ୍‍’

ମୁମ୍ବଇ : ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଅନ୍ଧାଧୁନ୍‍’ ଚୀନ୍‍ ବକ୍ସ ଅଫିସରେ ଉତ୍କୃଷ୍ଟ ପ୍ରଦର୍ଶନ ଜାରି ରଖିଛି। ବ୍ୟବସାୟ କ୍ଷେତ୍ରରେ ଖୁବଶୀଘ୍ର ଏହା ୨୦୦ କୋଟି ପାର କରିବାକୁ ଯାଉଛି। ବର୍ତ୍ତମାନ ସୁଦ୍ଧା ଚୀନରେ ଏହା ୧୮୧ କୋଟି ୨୭ ଲକ୍ଷ ଟଙ୍କା ଆୟ କରିଛି। ଚଳଚ୍ଚିତ୍ର କ୍ଷୀପ୍ର ଗତିରେ ଆଗକୁ ବଢି ଚାଲିଛି। ବିଶେଷ କଥା ହେଉଛି, ଚଳଚ୍ଚିତ୍ର ଭାରତଠାରୁ ଚୀନରେ ଅଧିକ ଆୟ କରିଛି ଏବଂ ଏପର୍ଯ୍ୟନ୍ତ ବ୍ୟବସାୟ ଥମି ମଧ୍ୟ ନାହିଁ।

ସୂଚନାଯୋଗ୍ୟ, ‘ଅନ୍ଧାଧୁନ୍‍’ ୩୨କୋଟି ଟଙ୍କାର ବଜେଟରେ ନିର୍ମାଣ ହୋଇଥିଲା। ଏହା ଉଭୟ ଭାରତ ଓ ଚୀନରେ ଭଲ ପ୍ରଦର୍ଶନ କରିଛି। ଭାରତରେ ଏହା ୫ ଅକ୍ଟୋବର ୨୦୧୮ରେ ମୁକ୍ତିଲାଭ କରିଥିଲା।

Comments are closed.