ଅନନ୍ତ ଚତୁର୍ଦ୍ଦଶୀ ଦିନ, କାହିଁକି ହୁଏ ଗଣେଶ ବିସର୍ଜନ

0

ଅନନ୍ତ ଚତୁର୍ଦ୍ଦଶୀ ପର୍ବ ଭାଦ୍ରବ ମାସ ଶୁକ୍ଳ ଚତୁର୍ଦ୍ଦଶୀରେ ପାଳନ କରାଯାଏ । ଏହି ଦିନ ଭଗବାନ ଅନନ୍ତଙ୍କୁ ପୂଜା କରାଯାଏ । ଏହି ବ୍ରତ ପାଳନର ସଙ୍କଳ୍ପ ନେଇ ଅନନ୍ତ ସୂତ୍ର ବନ୍ଧାଯାଏ । ଏହାକୁ ଧାରଣା କରିବା ଦ୍ବାରା ସମସ୍ତ ସଙ୍କଟ ଦୂର ହୋଇଥାଏ ବୋଲି ମାନ୍ୟତା ରହିଛି ।

ପୁରାଣ ଅନୁଯାୟୀ, ଭଗବାନ କୃଷ୍ଣଙ୍କ ପରାମର୍ଶରେ ପାଣ୍ଡବମାନେ ଏହି ବ୍ରତ ପାଳନ କରିଥିଲେ ଏବଂ ସମସ୍ତ ସଙ୍କଟରୁ ମୁକ୍ତ ପାଇଥିଲେ । ଏହି ବ୍ରତ ପାଳନ କରି ଅନନ୍ତ ସୂତ୍ର ବାନ୍ଧିବା ଦ୍ବାରା ବ୍ୟକ୍ତିର ସବୁ ପ୍ରକାର ଦୁଃଖ ନାଶ ହୋଇଥାଏ । ଏହା ସହ ଜୀବନରେ ସୁଖ ସମୃଦ୍ଧର ବୃଦ୍ଧି ହୋଇଥାଏ । ଚଳିତ ବର୍ଷ ଅନନ୍ତ ଚତୁର୍ଦ୍ଦଶୀ ବ୍ରତ ସେପ୍ଟମ୍ବର ୨୩ରେ ପାଳନ କରାଯିବ ।

ଏହି ବ୍ରତ କରିବାର ଲାଭ
ଦାରିଦ୍ର୍ୟତା ଦୂର ହୋଇଥାଏ । ଦୁର୍ଘଟଣା ଓ ସ୍ବାସ୍ଥ୍ୟଗତ ସମସ୍ୟାରୁ ମୁକ୍ତି ମିଳିଥାଏ । ବିଶେଷ ମନୋସ୍କାମନା ପୂରଣ ହୋଇଥାଏ । ଗ୍ରହ ଦୋଷ ମଧ୍ୟ ଦୂର ହୋଇଥାଏ । ଅନନ୍ତ ସୂତ୍ର ବାନ୍ଧିବା ଦ୍ବାରା ଏହା ରକ୍ଷା କବଚ ଭଳି କାମ କରିଥାଏ ।

ଜାଣନ୍ତୁ ଏହି ବ୍ରତ ପାଳନର ବିଧି
ପ୍ରାତଃକାଳରୁ ସ୍ନାନ ସାରି ଅନନ୍ତ ବ୍ରତର ସଙ୍କଳ୍ପ ନିଅନ୍ତୁ ।
ଏହା ପରେ କଳସ ଉପରେ ଭଗବାନ ବିଷ୍ଣୁଙ୍କୁ ସ୍ଥାପନା କରନ୍ତୁ ।
ପରେ ଭଗବାନଙ୍କ ସମ୍ମୁଖରେ ଅନନ୍ତ ସୂତ୍ର ରଖନ୍ତୁ ।
‘‘ଓଁ ଅନନ୍ତାୟ ନମଃ’’ ଏହି ମନ୍ତ୍ରଟିକୁ ଜପ କରି ଭଗବାନ ବିଷ୍ଣୁ ଏବଂ ଅନନ୍ତ ସୂତ୍ରକୁ ପୂଜା କରନ୍ତୁ ।
ପୂଜା ପରେ ଏହି ସୂତ୍ରକୁ ପୁରୁଷମାନେ ଡାହାଣ ହାତରେ ଏବଂ ମହିଳାମାନେ ବାମ ହାତର ଧାରଣା କରନ୍ତୁ ।
ଅନନ୍ତ ଚତୁର୍ଦ୍ଦଶୀ ବ୍ରତର ଗାଥା ଶୁଣନ୍ତୁ ଏବଂ ଅନ୍ୟକୁ ମଧ୍ୟ ଶୁଣାନ୍ତୁ ।
ସନ୍ଧ୍ୟା ସମୟରେ ଭଗବାନ ବିଷ୍ଣୁଙ୍କୁ ପୁଣି ଥରେ ପୂଜା କରନ୍ତୁ ।
ସନ୍ଧ୍ୟା ବେଳେ ବିନା ଲୁଣରେ ମିଠା ଖାଦ୍ୟ ସେବନ କରିବ ।

ଅନନ୍ତ ଚତୁର୍ଦ୍ଦଶୀ ଦିନ ଗଣେଶ ମୂର୍ତ୍ତି ବିସର୍ଜନର କାରଣ ?
ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରୁ ଚତୁର୍ଦ୍ଦଶୀ ତିଥି ପର୍ୟ୍ୟନ୍ତ ଗଣେଶ ଚତୁର୍ଥୀ ପର୍ବ ପାଳନ କରାଯାଏ । ତେଣୁ ଗଣେଶ ପ୍ରତିମାଙ୍କୁ ଗଣେଶ ଚତୁର୍ଥୀ ଦିନ ସ୍ଥାପନ କରାଯାଇ ଚତୁର୍ଦ୍ଦଶୀ ଦିନ ବିସର୍ଜନ କରାଯାଏ । ଏହି ଦିନଟିକୁ ମଧ୍ୟ ଗଣେଶ ନବରାତ୍ରି ବୋଲି ମଧ୍ୟ କୁହାଯାଏ ।

ଏପରି ମାନ୍ୟତା ରହିଛି ଯେ, ଗଣେଶ ପ୍ରତିମାଙ୍କୁ ବିସର୍ଜନ କରିବା ପରେ ଭଗବାନ ଗଣେଶ ପୁନଃ କୈଳାଶ ପର୍ବତରେ ବିରାଜମାନ କରନ୍ତି । ଗଣେଶ ସ୍ଥାପନା ଠାରୁ ବିସର୍ଜନର ମହତ୍ତ୍ବ ଅଧିକ ରହିଥାଏ । ଏହି ଦିନ କିଛି ବିଶେଷ ଉପାୟ କରିବା ଦ୍ବାରା କଠିନରୁ ଅତି କଠିନ ସମସ୍ୟା ଦୂର ହୋଇଥାଏ ।

ଗଣେଶ ମୂର୍ତ୍ତି ବିସର୍ଜନ ବେଳେ କରନ୍ତୁ ଏହି ଉପାୟ
ଘରେ ସ୍ଥାପିତ ଗଣେଶ ପ୍ରତିମାଙ୍କୁ ବିଧି ଅନୁଯାୟୀ ପୂଜା କରନ୍ତୁ ।
ପୂଜାରେ ନଡିଆ ସହ ଲାଜକୁଳି ପତ୍ର ଓ ଦୂବ ଅବଶ୍ୟ ଅର୍ପଣ କରନ୍ତୁ ।
ଏହା ପରେ ଭଗବାନ ଗଣେଶଙ୍କୁ ବିଧି ଅନୁଯାୟୀ ଆରତି କରନ୍ତୁ ।
ଭଗବାନ ଗଣେଶଙ୍କ ନିକଟରେ ସମର୍ପିତ ଅକ୍ଷତକୁ ଘରେ ବିଞ୍ଚି ଦିଅନ୍ତୁ ବା ବିଛାଡି ପକାଇ ଦିଅନ୍ତୁ ।

Leave A Reply