ବଜାରକୁ ଆସିଲା ଅମୁଲର ଓଟ କ୍ଷୀର

0

ନୂଆଦିଲ୍ଲୀ : ଦୁଗ୍ଧଜାତୀୟ ଦ୍ରବ୍ୟ ବିକ୍ରୟ କମ୍ପାନୀ ଅମୁଲ ଓଟ କ୍ଷୀର ବଜାରରେ ବିକ୍ରୟ ଆରମ୍ଭ କରିଛି। ପ୍ରଥମ ଭାଗରେ ଏହି କ୍ଷୀର ଅହମଦାବାଦ, ଗାନ୍ଧୀନଗର ଓ କଚ୍ଛରେ ଉପଲବ୍ଧ କରାଯିବ। କମ୍ପାନୀ ଅଧ ଲିଟର କ୍ଷୀରର ମୂଲ୍ୟ ୫୦ ଟଙ୍କା ରଖିଛି। ଏହାକୁ ବୋତଲ ପ୍ୟାକିଂ ଦ୍ୱାରା ବଜାର ପ୍ରବେଶ କରାଯାଇଛି।
ଅମୁଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆର.ଏସ୍‍ ସୋଡିଙ୍କ କହିବା ଅନୁସାରେ ଏହି କ୍ଷୀର ମଧୁମେହ(ଡାଇବେଟିସ) ରୋଗୀଙ୍କ ପାଇଁ ପ୍ରାକୃତିକ ଉପଚାର ଭାବେ କାମ କରିବ। ଦେଶର ବିଭିନ୍ନ ସ୍ଥାନରେ ଏହି କ୍ଷୀର ପହଞ୍ଚାଇବାକୁ ଚେଷ୍ଟା କରାଯାଉଥିବା ସେ କହିଛନ୍ତି।
ସୂଚନାଯୋଗ୍ୟ ଯେ କଚ୍ଛ ଜିଲା ଦୁଗ୍ଧ ସଂଘ ଓଟ କ୍ଷୀର ଉତ୍ପାଦନ କରୁଛନ୍ତି। ପୂର୍ବ ବର୍ଷ ଅମୁଲ ଓଟ କ୍ଷୀରରେ ପ୍ରସ୍ତୁତ ଚକଲେଟ ବଜାର ପ୍ରବେଶ କରାଯାଇଥିଲା। ୨୦୧୬ରେ ଭାରତୀୟ ଖାଦ୍ୟ ମାନକିକରଣ ସଂସ୍ଥା ଏଫ୍‍ଏସଏସଆଇ ଅନୁମତି ମିଳିବା ପରେ ଏହାର ବଜାର ପ୍ରବେଶ କରାଯାଇଛି। ଏହି କ୍ଷୀରଦ୍ୱାରା ମଧୁମେହ ରୋଗୀଙ୍କୁ ସାହାଯ୍ୟ କରିବା ସହ ହଜମ କ୍ରିୟାରେ ମଧ୍ୟ ସାହାଯ୍ୟ କରିଥାଏ। ଓଟ କ୍ଷୀର ଦ୍ୱାରା ରୋଗୀ ପ୍ରତିରୋଧକ ଶକ୍ତି ବଢାଇବ।

Leave A Reply