ଦୁଇ କାଶ୍ମୀର ଛାତ୍ରଙ୍କ ଉପରୁ ନିଲମ୍ବନ ହଟିଲା

0

ଆଗ୍ରା : ଆଲିଗଡ ମୁସଲିମ୍‍ ବିଶ୍ୱବିଦ୍ୟାଳୟ (ଏଏମୟୁ) କର୍ତ୍ତୃପକ୍ଷ ମଙ୍ଗଳବାର ଦୁଇଜଣ କାଶ୍ମୀର ଛାତ୍ରଙ୍କ ଉପରେ ଲାଗୁ ହୋଇଥିବା ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରିନେଇଛନ୍ତି। ବିଶ୍ୱବିଦ୍ୟାଳୟର ତଥ୍ୟ ଅନୁସନ୍ଧାକାରୀ ଟିମ୍‍ ସେମାନଙ୍କୁ ଦେଶ ବିରୋଧୀ ସ୍ଲୋଗାନ ଦେବା କାର୍ଯ୍ୟରୁ କ୍ଲିନଚିଟ୍‍ ଦେବାପରେ ନିଲମ୍ବନ ହଟାଇ ଦିଆଯାଇଛି। ଜାମ୍ମୁ-କାଶ୍ମୀରର ଆତଙ୍କବାଦୀ ମନନ ୱାନିର ମୃତ୍ୟୁ ଉଦ୍ଦେଶ୍ୟରେ ଏଏମୟୁ ପରିସରରେ ସ୍ମୃତି ସଭା ଆୟୋଜନ କରାଯାଇଥିଲା। ଏହି ସ୍ମୃତି ସଭାରେ ଭାରତ ବିରୋଧୀ ସ୍ଲୋଗାନ ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଏଥିପାଇଁ ବିଶ୍ୱବିଦ୍ୟାଳୟର ଦୁଇ ଛାତ୍ର ୱାସିମ ଆୟୁବ ମଲିକ ଓ ଅବଦୁଲ୍‍ ହସିବ ମିର୍‍ଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରାଯାଇଥିଲା। ଦେଶଦ୍ରୋହ ମାମଲା ରୁଜୁ ପରେ ଉଭୟଙ୍କୁ ବିଶ୍ୱବିଦ୍ୟାଳୟରୁ ନିଲମ୍ବନ କରାଯାଇଥିଲା। ତେବେ ରାଜ୍ୟ ପୁଲିସ ଦାୟର କରିଥିବା ଦେଶଦ୍ରୋହ ମାମଲାକୁ ପ୍ରତ୍ୟାହାର କରାଯାଇ ନାହିଁ। ଦୁଇ ଛାତ୍ରଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଓ ବିଶ୍ୱବିଦ୍ୟାଳୟରୁ ନିଲମ୍ବନକୁ ନେଇ ଅନ୍ୟ ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

Leave A Reply