ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ, ରୋଗୀଙ୍କ ସମ୍ପର୍କୀୟଙ୍କୁ ପିଟିଲେ ଡାକ୍ତର

0

ଭୁବନେଶ୍ୱର: ଚିକିତ୍ସା ଅବହେଳାରୁ ରୋଗୀର ମୃତ୍ୟୁ ଘଟିଛି । ଏଭଳି ଅଭିଯୋଗ କୌଣସି ବିଚ୍ଛିନ୍ନ ଅଞ୍ଚଳରୁ ନୁହେଁ ବଂର ଖୋଦ୍ ରାଜଧାନୀ ଭୁବନେଶ୍ୱରରେ ଥିବା ଏମ୍ସ ହସ୍ପିଟାଲରୁ ଆସିଛି । ଏହାକୁ ନେଇ ଏମ୍ସ ହସ୍ପିଟାଲ ପରିସରରେ ଡାକ୍ତର ଓ ମୃତ ରୋଗୀଙ୍କ ସର୍ମ୍ପକୀୟ ମୁହାଁମୁହିଁ ହେବା ସହ କଥା ଯାଇ ଥାନାରେ ପହଞ୍ଚିଛି । ସଂମ୍ପୃକ୍ତ ହସ୍ପିଟାଲର ଡାକ୍ତରମାନେ ମୃତ ରୋଗୀଙ୍କ ସମ୍ପର୍କୀୟଙ୍କୁ ମାଡ ମାରିଥିବା ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚିଛି ।

ସୂଚନାଯୋଗ୍ୟ, ଗତକାଲି ରାତିରେ ସ୍ଥାନୀୟ ଛୋଟରାୟପୁର ଅଞ୍ଚଳରୁରୁ ନନ୍ଦକିଶୋର ପ୍ରଧାନ ନାମକ ରୋଗୀ ଚିକିତ୍ସା ପାଇଁ ଏମ୍ସରେ ଭର୍ତ୍ତି ହୋଇଥିଲେ ଓ ପରେ ତାଙ୍କର ମୃତ୍ୟୁ ଘଟିଥିଲା। ଚିକିତ୍ସା ଅବହେଳାରୁ ମୃତ୍ୟୁ ଘଟିଛି ବୋଲି ରୋଗୀଙ୍କ ପୁଅ ଅଭିଯୋଗ କରିଥିଲେ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ଗଣ୍ଡୋଗଳ ହେବା ସହ ଡାକ୍ତମାନେ ମୃତ ରୋଗୀର ପୁଅକୁ ଗୋଇଠା ମାଡ କରିଥିଲେ ବୋଲି ଥାନାରେ ଅଭିଯୋଗ ହୋଇଛି । ଡାକ୍ତର ମାଡରେ ଆହତ ହୋଇଥିବା ରୋଗୀଙ୍କ ସମ୍ପର୍କୀୟ ଆହତ ହୋଇ ଏବେ ଏମ୍ସରେ ଚିକିତ୍ସିତ ହେଉଛନ୍ତି ।

Leave A Reply