ଆମୋନିଆ ଗ୍ୟାସ୍ ଲିକ୍: ୭୦ ଅସୁସ୍ଥ

ବାଲେଶ୍ବର: ବାଲେଶ୍ବର ଜିଲା ଖନ୍ତପଡାରେ ଆମୋନିଆ ଗ୍ୟାସ୍ ଲିକ୍ ହୋଇ ୭୦ ଜଣ ଅସୁସ୍ଥ ହୋଇଥିବା ସୂଚନାମିଳିଛି। ଖନ୍ତାପଡାରେ ଥିବା ଏକ ଚିଙ୍ଗୁଡି ପ୍ରୋସେସିଂ ପ୍ୟାକ୍ଟ୍ରିରେ ଆମୋନିଆ ଗ୍ୟାସ୍ ଲିକ୍ ହୋଇଥିବା ଜଣାପଡିଛି। ଫ୍ୟାକ୍ଟ୍ରିରେ କାମ ଚାଲୁଥିବା ବେଳେ ଆମୋନିଆ ଗ୍ୟାସ୍ ଲିକ୍ ହୋଇଥିଲା । ଏହି ସମୟରେ କାମ କରୁଥବା ପ୍ରାୟ ୭୦ଜଣ ଶ୍ରମିକ ନିଶ୍ବାସ ନେବାରେ କଷ୍ଟ ଅନୁଭବ କରିବା ସହ ଅସୁସ୍ଥ ହୋଇପଡିଥିଲେ। ସମସ୍ତ ଅସୁସ୍ଥଙ୍କୁ ଖନ୍ତପଡା ଗୋଷ୍ଠୀ ସ୍ବାସ୍ଥକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତର ମାନଙ୍କୁ ବାଲେଶ୍ବର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନାମିଳିଛି।

Comments are closed.