ଆଜିକାଲି ବୟସ୍କବର୍ଗର ବନ୍ଧୁବାନ୍ଧବଙ୍କୁ ଭେଟୁଛନ୍ତି ଅମିତାଭ

0

ଏଇ କିଛିଦିନ ତଳେ କାମର ଚାପରେ ଅସୁସ୍ଥ ହୋଇପଡ଼ିଥିଲେ ବିଗ୍ ବି ଅମିତାଭ ବଚ୍ଚନ। ତେବେ ପ୍ରଶଂସକଙ୍କ ଶୁଭକାମନାରେ ସେ ଯଥାଶୀଘ୍ର ଆରୋଗ୍ୟ ହୋଇଥିବାର ସୋସିଆଲ ସାଇଟରେ ଉଲ୍ଲେଖ କରିଛନ୍ତି। ୭୫ ବର୍ଷ ବୟସରେ ମଧ୍ୟ ଅମିତାଭଙ୍କ ନିକଟରେ ଫୁରସତ୍ ନାହିଁ। ଜୟପୁରରୁ ‘ଠଗ୍ସ ଅଫ୍ ହିନ୍ଦୁସ୍ତାନ’ର ସୁଟିଂ ସାରି ପୁଣି ଆଗାମୀ ଚଳଚ୍ଚିତ୍ର ‘୧୦୨ ନଟ୍ ଆଉଟ୍’ର ପ୍ରଚାର କାମରେ ଲାଗିପଡ଼ିଛନ୍ତି ।

ଏକ ସାକ୍ଷାତକାରରେ ଅମିତାଭ କହିଛନ୍ତି ଅନେକ ବର୍ଷ ପରେ ରିଷି କପୁରଙ୍କ ସହ କାମ କରିବାର ସୁଯୋଗ ମିଳିଲା। ଏଥିପାଇଁ ସେ ନିର୍ଦେଶକ ଉମେଶ ଶୁକ୍ଳାଙ୍କ ନିକଟରେ ଖୁବ୍ କୃତଜ୍ଞ। ତେବେ ଅମିତାଭ ଏହା ମଧ୍ୟ କହିଛନ୍ତି ଏହି ଚଳଚ୍ଚିତ୍ରଟି ଯୁବପିଢ଼ିଙ୍କ ପାଇଁ ନୁହେଁ, ବରଂ ବୟସ୍କ ବର୍ଗର ଲୋକଙ୍କ ପାଇଁ ସୁନ୍ଦର ବାର୍ତ୍ତାଟିଏ ଦେବ। ପରିବାର ହେଉ କିମ୍ବା ବୟସ୍କବର୍ଗର ବନ୍ଧୁବାନ୍ଧବ ଯାହାକୁ ଆଜିକାଲି ସେ ଭେଟୁଛନ୍ତି, ସମସ୍ତେ ନିଜ ପିଲାଙ୍କ ନାମରେ ଅଭିଯୋଗ କରୁଛନ୍ତି।

ସମସ୍ତଙ୍କର ସମାନ ଯୁକ୍ତି ଯେ ପିଲାଙ୍କୁ ପାଠ ପଢ଼ାଇ ମଣିଷ କଲୁ, ହେଲେ ବୁଢ଼ା ବୟସରେ ସେମାନେ ପିତାମାତାଙ୍କ ସାହାରା ହେଉନାହାନ୍ତି। ଅମିତାଭ ଏହାର ଯୁକ୍ତିରେ କହିଛନ୍ତି, ଏହି ପ୍ରଶ୍ନର ଉତ୍ତର ନିଜ ନିକଟରେ ହିଁ ଅଛି। ଯୁବାବସ୍ଥାରେ ପ୍ରତ୍ୟେକ ଲୋକ ନିଜ ଜୀବନକୁ ଉପଭୋଗ କରିବାକୁ ଚାହିଁଥାଏ, ହେଲେ ବୟସ ହେଲେ ପିଲାଙ୍କୁ ସେମାନଙ୍କ ଦାୟିତ୍ବ ନେବାକୁ ପରାମର୍ଶ ଦିଏ। ଏଭଳି ଲୋକେ ନିଜେ ମଧ୍ୟ ପିତାମାତାଙ୍କ ଦାୟିତ୍ବ ନେଇନଥାନ୍ତି, କିନ୍ତୁ ଅନ୍ୟମାନଙ୍କ ନିକଟରେ ଅଧିକାର ଜାହିର୍ କରିଥାନ୍ତି।

‘୧୦୨ ନଟ୍ ଆଉଟ୍’ ଚଳଚ୍ଚିତ୍ରର ତାହା ହିଁ କାହାଣୀବସ୍ତୁ। ତେବେ କାହାଣୀରେ ବୃଦ୍ଧ ବାପା କାହା ଉପରେ ବୋଝ ହେବାକୁ ଚାହୁଁନାହାନ୍ତି, ହେଲେ ୭୦ ବର୍ଷୀୟ ପୁଅ କିନ୍ତୁ ନିଜ ପିଲାଙ୍କୁ ଦାୟିତ୍ବ ଦେଉଛି। ଏହା ସହ ଏହି ଚଳଚ୍ଚିତ୍ରର ଚରିତ୍ର ଦର୍ଶକଙ୍କୁ ହସାଇହସାଇ ବେଦମ୍ କରିବ ବୋଲି ପୂର୍ବରୁ ଅମିତାଭ ନିର୍ଭର ପ୍ରତିଶ୍ରୁତି ମଧ୍ୟ ଦେଇସାରିଲେଣି।

Leave A Reply